ETV Bharat / bharat

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ ଗାନ୍ଧୀ - ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ ଗାନ୍ଧୀ

ସଂସଦରେ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ବିଜେପିର ହଙ୍ଗାମା । କ୍ଷମା ପ୍ରାର୍ଥନା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କ୍ଷମା ପ୍ରାର୍ଥନା କରିବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି ସେ।

Rahul gandhi will not apologize for his rape in india remark
ଫାଇଲ ଫଟୋ
author img

By

Published : Dec 13, 2019, 2:41 PM IST

ନୂଆଦିଲ୍ଲୀ: ସଂସଦରେ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ବିଜେପିର ହଙ୍ଗାମା ଏବଂ କ୍ଷମା ପ୍ରାର୍ଥନା ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କ୍ଷମା ପ୍ରାର୍ଥନା କରିବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି। ଏହା ସହିତ ପୂର୍ବୋତ୍ତର ରାଜ୍ୟର ଆନ୍ଦୋଳନରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ବିଜେପିର ଏକ ଏଜେଣ୍ଡା ବୋଲି କହିଛନ୍ତି ସେ।

ସଂସଦରୁ ବାହାରିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ବିଜେପିକୁ କଦାପି କ୍ଷମା ମାଗିବି ନାହିଁ। ମୋତେ ନୁହେଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ। ପୂର୍ବୋତ୍ତର ରାଜ୍ୟରେ ନିଆଁ ଜଳାଇବା ପାଇଁ, ବେରୋଜଗାରୀ ସମସ୍ୟା ଓ ଭାରତର ଅର୍ଥନୀତିକୁ ଖରାପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। ଏହା ସହିତ ପିଏମ ମୋଦିଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀକୁ 'ରେପ୍‌ କ୍ୟାପିଟାଲ' କହିଥିଲେ। ଏହାକୁ ଉଦ୍ଧୃତ କରି ମୁଁ ଏଭଳି କହିଛି। ନରେନ୍ଦ୍ର ମୋଦି ‘ମେକ୍ ଇନ୍ ଇଣ୍ଡିଆ’ ପାଇଁ ଆହ୍ବାନ କରିଥିଲେ। ହେଲେ ଦେଶରେ ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ତାହା ‘ରେପ୍ ଇନ୍ ଇଣ୍ଡିଆ’ ଭାବରେ ପ୍ରଦର୍ଶିତ ହେଉଛି।

ଆଜି ସଂସଦର ଉଭୟ ଗୃହରେ ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା କରୁନ୍ତୁ ବୋଲି ବିଜେପି ଦାବି କରିଥିଲା। ଏହା ସହିତ ଜଣେ ନିର୍ବାଚିତ ଜନପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ସଦସ୍ୟତା ରଦ୍ଦ କରାଯାଉ ବୋଲି ଶାସକ ଦଳ ପକ୍ଷରୁ ଦାବି କରାଯାଇଥିଲା।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.