ETV Bharat / bharat

ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ରାହୁଲ

author img

By

Published : Jun 16, 2020, 5:01 AM IST

କୋରୋନା ସଙ୍କଟ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ରାହୁଲ
ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ପୁଞ୍ଜିପତିଙ୍କ ଠାରୁ ମଧ୍ୟମ ଶ୍ରେଣୀ ଏବଂ ଗରିବ ଲୋକଙ୍କୁ ଏହି ଉପହାର ଦିଆଯାଇଛି ।’ ଏହା ସହିତ ରାହୁଲ ଗାନ୍ଧୀ ନିଜ ଟ୍ବିଟରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କଂଗ୍ରେସ ଏବଂ ବିଜେପି ସରକାର ମଧ୍ୟରେ କେତେ ପାର୍ଥକ୍ୟ ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦର୍ଶାଯାଇଛି ।

ରାହୁଲ ଗାନ୍ଧୀଙ୍କ ପୋଷ୍ଟ ଅନୁଯାୟୀ, 2014 ମେ 16 ରେ ଅଶୋଧିତ ତୈଳର ମୂଲ୍ୟ 107.09 ଡଲାର ଥିଲା । କିନ୍ତୁ 2020 ଜୁନ୍ 15ରେ ଅଶୋଧିତ ତୈଳର ମୂଲ୍ୟ 40.66 ଡଲାର ହେଲା । ଅର୍ଥାତ୍ 6 ବର୍ଷ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ 66.43 ଡଲାର ହ୍ରାସ ପାଇଛି ।

ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି ଯେ 2014ରେ ଭାରତରେ ପେଟ୍ରୋଲର ମୂଲ୍ୟ 71.41 ଟଙ୍କା ଥିଲା । କିନ୍ତୁ 2020ରେ ପେଟ୍ରୋଲ ମୂଲ୍ୟ 4.48 ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହା ଲିଟର ପିଛା 76.26 ପଇସାରେ ବିକ୍ରି କରୁଛି । ସେ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ 258.47% ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି ।

କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଲକଡାଉନ୍ ଲାଗୁ ହେବା ମାତ୍ରେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଗତ ନଅ ଦିନ ଧରି ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ପେଟ୍ରୋଲରେ 62 ପଇସା ଏବଂ ଡିଜେଲରେ 64 ପଇସା ବୃଦ୍ଧି ଘଟିଛି । ସେହିପରି ଶନିବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଯଥାକ୍ରମେ 59 ଏବଂ 58 ପଇସା ବୃଦ୍ଧି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.