ETV Bharat / bharat

ଧନ୍ୟବାଦ ଦେବେ, ରୋଡ ସୋ' କରିବେ ରାହୁଲ

ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଓ୍ବାୟନାଡକୁ ତିନି ଦିନିଆ ଗସ୍ତରେ ଯିବେ । ଶନିବାର ଓ୍ବାୟନାଡରେ ରାହୁଲ ରୋଡ ସୋ କରିବେ । 3 ଦିନରେ 15ଟି ସ୍ଥାନରେ ସ୍ବାଗତ ସମାରୋହରେ ସାମିଲ ହେବା ନେଇ ରାହୁଲ ଟ୍ବିଟ୍‌ କରି କହିଛନ୍ତି ।

ଫାଇଲ ଫଟୋ
author img

By

Published : Jun 7, 2019, 1:34 PM IST

ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ତିନି ଦିବସୀୟ ନିଜ ସଂସଦୀୟ କ୍ଷେତ୍ର ଓ୍ବାୟନାଡ ଯିବେ । ମତଦାତାଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ରାହୁଲ ଓ୍ବାୟନାଡ ଆସୁଥିବା ନେଇ କଂଗ୍ରେସ ଅଧ୍ୟକ୍ଷକଙ୍କ ଓ୍ବାୟନାଡ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ଲୋକସଭା ନିର୍ବାଚନରେ ଜିତିବା ପରେ ଏହା ରାହୁଲଙ୍କ ପ୍ରଥମ ଓ୍ବାୟନାଡ ଗସ୍ତ । ରାହୁଲଙ୍କ ଶୁକ୍ରବାର ମଲ୍ଲାପୁରରେ ରୋଡସୋ ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଶନିବାର ମଧ୍ୟ ଓ୍ବାୟନାଡରେ ରାହୁଲ ରୋଡ ସୋ କରିବେ । 3 ଦିନରେ 15ଟି ସ୍ଥାନରେ ସ୍ବାଗତ ସମାରୋହରେ ସାମିଲ ହେବା ନେଇ ରାହୁଲ ଟ୍ବିଟ୍‌ କରି କହିଛନ୍ତି ।

ରାହୁଲ 2019 ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ଉତ୍ତର ପ୍ରଦେଶର ଆମେଥି ଆସନରୁ ରାହୁଲଙ୍କ ଶୋଚନୀୟ ପରାଜୟ ହୋଇଥିବା ବେଳେ ଓ୍ବାୟନାଡ ଆସନରେ ବିଜୟଲାଭ କରିଥିଲେ । ଓ୍ବାୟନାଡ ଲୋକସଭା ଆସନରେ ରାହୁଲ 4,31,770 ଭୋଟର ରେକର୍ଡ ଅନ୍ତରରେ ନିଜ ପ୍ରତିଦ୍ବନ୍ଦୀ ସିପିଏମର ପିପି ସୁନିରଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ।

Intro:Body:

hdhdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.