ETV Bharat / bharat

ତାରିଖ୍ ପେ ତାରିଖ୍ ଦେବା ନୂଆ ଷ୍ଟ୍ରାଟେଜୀ: ରାହୁଲ - ଦିଲ୍ଲୀ ସୀମା

ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ କୃଷି ଆଇନ ବିରୋଧରେ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jan 18, 2021, 2:57 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ 54 ଦିନରେ ପ୍ରବେଶ କରିଛି । ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ କୃଷି ଆଇନ ବିରୋଧରେ ଟାର୍ଗେଟ କରିଛନ୍ତି । କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ମୋଦି ସରକାର ସୁଟ୍ ବୁଟ୍ ବନ୍ଧୁଙ୍କ 8,75,000 କୋଟି ଋଣ କ୍ଷମା କରିଦେଇଛନ୍ତି । ସରକାର ଅନ୍ନଦାତାଙ୍କ ପୁଞ୍ଜି ଶେଷ କରିବାରେ ଲାଗିଛନ୍ତି’ ।

  • अपने सूट-बूट वाले दोस्तों का 875000 करोड़ क़र्ज़ माफ़ करने वाली मोदी सरकार अन्नदाताओं की पूंजी साफ़ करने में लगी है। pic.twitter.com/p6qL0bifQW

    — Rahul Gandhi (@RahulGandhi) January 18, 2021 " class="align-text-top noRightClick twitterSection" data=" ">

ଏହାପୂର୍ବରୁ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ରାଉଣ୍ଡ ବୈଠକ ହୋଇସାରିଲାଣି । ଅନ୍ୟପକ୍ଷେ ସୁପ୍ରିମକୋର୍ଟ ମଧ୍ୟ ବର୍ତ୍ତମାନ ପାଇଁ ଆଇନକୁ ସ୍ଥଗିତ ରଖିଛନ୍ତି । ଏହାସହ କମିଟି ଗଠନ କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ରାହୁଲ ଟ୍ବିଟ କରି ସେ କହିଛନ୍ତି, ‘ ତାରିଖ୍ ପେ ତାରିଖ୍ ଦେବା ତାଙ୍କର ନୂଆ ଷ୍ଟ୍ରେଟେଜୀ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.