ETV Bharat / bharat

‘ପରୀକ୍ଷା ଚର୍ଚ୍ଚା ଚାହୁଁଥିଲେ ଛାତ୍ର, ଖେଳଣା ଚର୍ଚ୍ଚା କଲେ ମୋଦି’

author img

By

Published : Aug 30, 2020, 3:24 PM IST

ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଳନା ଆଲୋଚନାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ରବିବାର ଟ୍ବିଟ୍ କରି ଟାର୍ଗେଟ କରିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଳଣା ଆଲୋଚନାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ JEE-NEET ପରୀକ୍ଷାର୍ଥୀ ଚାହୁଁଥିଲେ କି ପ୍ରଧାନମନ୍ତ୍ରୀ ପରୀକ୍ଷା ବିଷୟରେ ଆଲୋଚନା କରନ୍ତୁ କିନ୍ତୁ ସେ ଖେଳନା ବିଷୟରେ ଚର୍ଚ୍ଚା କରିଲେ ।

ରାହୁଲ ଗାନ୍ଧୀ ରବିବାର ଟ୍ବିଟ୍ କରି ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି । ତେବେ ବର୍ତ୍ତମାନ ଦେଶରେ ଅନେକ କୋରୋନା ସଙ୍କଟ କାରଣରୁ JEE-NEET ପରୀକ୍ଷାକୁ ବିରୋଧ କରାଯାଉଛି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ବିଟ

ପ୍ରକାଶଥାଉକି, କୋରୋନା ସଙ୍କଟ ସମୟରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ NEET-JEE ପରୀକ୍ଷା ପରିଚାଳନାକୁ ବିରୋଧ କରିଛନ୍ତି। ପରୀକ୍ଷା ସ୍ଥଗିତ ରଖିବାକୁ ଶୁକ୍ରବାର କଂଗ୍ରେସ ଦଳ ସାରା ଦେଶରେ ପ୍ରଦର୍ଶନ କରିଥିଲା। ସୋନିଆ ଗାନ୍ଧୀ କହିଛନ୍ତି, ‘ ଛାତ୍ରମାନଙ୍କ ପାଇଁ ମୁଁ ଦୁଃଖିତ କାରଣ ଆପଣମାନେ ସବୁଠାରୁ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି । ପରୀକ୍ଷାର ସମୟ ବିଷୟରେ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ଆପଣଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ’ । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଆପଣଙ୍କ ସହ କଥା ହୋଇ ନିଷ୍ପତ୍ତି ନେବା ଜରୁରୀ ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ମୋଦି ରବିବାର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଖେଳଣା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଆମ ଦେଶରେ ସ୍ଥାନୀୟ ଖେଳଣା ଗୁଡିକର ସମୃଦ୍ଧ ପରମ୍ପରା ରହିଛି । ଅନେକ ପ୍ରତିଭାଶାଳୀ ଓ କୁଶଳୀ କାରିଗର ଅଛନ୍ତି ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ବିଶେଷଜ୍ଞ । ସେ କହିଛନ୍ତି ଯେ ବିଶ୍ବବ୍ୟାପୀ ଖେଳନା ବ୍ୟବସାୟ ବର୍ଷକୁ ଏକ ଲକ୍ଷ କୋଟିରୁ ଅଧିକ ଅଟେ। ଏହି ବ୍ୟବସାୟ ଏତେ ବଡ କିନ୍ତୁ ଏଥିରେ ଭାରତର ଅଂଶ ବହୁତ କମ୍ ଅଟେ। ଆମକୁ ଲୋକାଲ୍ ଖେଳନା ପାଇଁ ଭୋକାଲ୍ ହେବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.