ETV Bharat / bharat

ଚୀନର ଅନୁପ୍ରବେଶ ଉପରେ ଲଦାଖବାସୀ କରୁଛନ୍ତି ଆଲର୍ଟ: ରାହୁଲ ଗାନ୍ଧୀ - ଚୀନର ଅନୁପ୍ରବେଶ ଉପରେ ଲଦାଖବାସୀ କରୁଛନ୍ତି ଆଲର୍ଟ

ଚୀନ ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଦାଖରେ ଚୀନ ଆକ୍ରମଣ ଉପରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଚୀନର ଅନୁପ୍ରବେଶ ଉପରେ ଲଦାଖବାସୀ କରୁଛନ୍ତି ଆଲର୍ଟ

author img

By

Published : Jul 4, 2020, 12:56 PM IST

ନୂଆଦିଲ୍ଲୀ: ଚୀନ ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଦାଖରେ ଚୀନ ଆକ୍ରମଣ ଉପରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଦେଶ ପ୍ରେମୀମାନେ ଲଦାଖରେ ଚୀନର ଆକ୍ରମଣ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ତାଙ୍କ ସ୍ବରକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ସରକାର ସେମାନଙ୍କ କଥା ଶୁଣିବା ଉଚିତ୍।

ରାହୁଲ ଗାନ୍ଧୀ ଏକ ଭିଡିଓ ଟ୍ବିଟ୍ କରିଛନ୍ତି । ଏଥିରେ ଲଦାଖବାସୀ ଚୀନର ଅନୁପ୍ରବେଶ ବିଷୟରେ କହୁଛନ୍ତି। ଚୀନର ଅନୁପ୍ରବେଶ ଓ ସେମାନଙ୍କର କାର୍ଯ୍ୟକଳାପ ସହିତ ଜଡିତ କିଛି ଚିତ୍ର ମଧ୍ୟ ଭିଡିଓରେ ପ୍ରଦର୍ଶିତ ହୋଇଛି । ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଦେଶପ୍ରେମୀମାନେ ଚିତ୍କାର କରୁଛନ୍ତି ଓ ଚେତାବନୀ ଦେଉଛନ୍ତି। ତାଙ୍କ ଚେତାବନୀକୁ ଅଣଦେଖା କରିବା ଭାରତ ପାଇଁ ମହଙ୍ଗା ପଡିବ । ଭାରତ ପାଇଁ ଦୟାକରି ସେମାନଙ୍କ କଥା ଶୁଣନ୍ତୁ ’ ।

ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ଚୀନର ଆକ୍ରମଣ ଉପରେ ରାହୁଲ ଗାନ୍ଧୀ କ୍ରମାଗତ ଭାବେ ସରକାରଙ୍କୁ ଘେରୁଛନ୍ତି । ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ ଚୀନ ଜମି ନେଇଥିବା ଲଦାଖବାସୀ କହୁଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି କିନ୍ତୁ ଆମ ଜମି କେହି ପାଇ ନାହାଁନ୍ତି ତେବେ ମିଛ କିଏ କହୁଛନ୍ତି।

ରାହୁଲ ଗାନ୍ଧୀ ସେୟାର କରିଥିବା ଭିଡିଓରେ ଲୋକେ କହୁଛନ୍ତି, ଚୀନ ଯବାନ ଆମ ଜମି ନେଇଛନ୍ତି । ଆଉ ଜଣେ କହିଥିଲେ ଚୀନ ସେନା ଗଲୱାନର 15 କିଲୋମିଟର ପ୍ରବେଶ କରିସାରିଲେଣି । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲେହ ଗସ୍ତ କରିଥିଲେ । ସେ ଗ୍ରାଉଣ୍ଡ ଜିରୋର ବାସ୍ତବତାକୁ ଅନୁଧ୍ୟାନ କରି ସେନାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଭିଡିଓ ସେୟାର କରି ପ୍ରଶ୍ନ ଉଠାଇଥିଲେ। କିଏ ମିଛ କହୁଛି ବୋଲି ସେ ପଚାରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.