ନୂଆଦିଲ୍ଲୀ: କୋରେନା ସଂକ୍ରମଣ ମାମଲା ବୃଦ୍ଧି ଏବଂ ଲଦାଖରେ ଚୀନର ଆକ୍ରୋଶକୁ ନେଇ ପୁଣିଥରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ତାଙ୍କ ଚେତାବନୀ ଜାରି ରଖିବେ ବୋଲି ଶୁକ୍ରବାର କହିଛନ୍ତି । ଯଦିଓ ସେ କୋରୋନାକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି, ତଥାପି ବିପର୍ଯ୍ୟୟ ଘଟିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ମୁଁ ସରକାରଙ୍କୁ କୋରୋନା ଏବଂ ଅର୍ଥନୀତି ଉପରେ ଚେତାବନୀ ଦେଇଥିଲି। କିନ୍ତୁ ସେମାନେ ମତେ ଅଣଦେଖା କରିଦେଲେ । ଯାହାଫଳରେ ଦେଶର ସ୍ଥିତି ଅଣାୟତ ହେଉଛି । ମୁଁ ବର୍ତ୍ତମାନ ସରକାରଙ୍କୁ ଚୀନ ଉପରେ ଚେତାବନୀ ଜାରି ରଖିଛି । ସେ ଏହି ସ୍ଥିତିକୁ ମଧ୍ୟ ବିଗାଡି ନଦିଅନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ଶୁକ୍ରବାର ଦିନ 49310ଟି ନୂଆ କୋରୋନା ସଂକ୍ରମଣ ମାମଲାରେ ରେକର୍ଡ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 740 ଜଣଙ୍କର ମୃତ୍ୟୁ ଘଟିଛି ।