ETV Bharat / bharat

‘ଗାନ୍ଧୀ ପରିବାରରୁ କୌଣସି ସଦସ୍ୟ ଦଳୀୟ ଅଧ୍ୟକ୍ଷ ହେବେ ନାହିଁ’ - priyanka gandhi

ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ବେଳେ କହିଥିଲେ, ଗାନ୍ଧୀ ପରିବାରର କୌଣସି ସଦସ୍ୟଙ୍କୁ ଦଳୀୟ ଅଧ୍ୟକ୍ଷ ନ କରିବା ଭଲ । ବରଂ ପରିବାର ବାହାରୁ ସଦସ୍ୟଙ୍କୁ ଏହାର ଦାୟିତ୍ବ ଦିଆଯାଉ ।

author img

By

Published : May 25, 2019, 10:51 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ନେଇ କଂଗ୍ରେସ କାର୍ଯ୍ୟ ସମିତି (ସିଡବ୍ଲ୍ୟୁସି)ର ବୈଠକରେ ଚାଲିଛି ହାଇଡ୍ରାମା । ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟସମିତିର ବୈଠକରେ ଏହାକୁ ଅସ୍ବୀକାର କରାଗଲା । ସେପଟେ ରାହୁଲଙ୍କ କହିବା କଥା ହେଲା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦ ନଦିଆଯାଉ ।

ସିଡବ୍ଲ୍ୟୁସିର ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ସମେତ ବହୁ ନେତା ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଖାରଜ କଲା ପରେ ସେ କହିଲେ, ଲୋକସଭାରେ ଦଳୀୟ ନେତା ହେବାକୁ ଚାହୁଁଛି କିନ୍ତୁ ଦଳର ଅଧ୍ୟକ୍ଷ ନୁହେଁ । ରାହୁଲ ଏହା ମଧ୍ୟ କହିଛନ୍ତି ମୋ ବଦଳରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଏହି ପଦବୀ ନ ଦିଆଯାଉ । ଗାନ୍ଧୀ ପରିବାରରୁ ବାହାର ଯେକୌଣସି ସଦସ୍ୟଙ୍କୁ ଏହି ପଦବୀ ଦିଆଯାଉ ।

ଏହି ବୈଠକ ପରେ ଦଳ ପକ୍ଷରୁ ଅନେକ ବୟାନ ଆସିଛି । ରାହୁଲଙ୍କ ଇସ୍ତଫାକୁ ନେଇ ଏହି ବୈଠକରେ ବଡ଼ ବଡ଼ ବୟାନ ଦିଆଯାଇଥିଲା । କଂଗ୍ରସେ ପ୍ରବକ୍ତା ରଣଦୀପ ସୁରଜେବାଲା କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଲେ କିନ୍ତୁ ଦଳୀୟ ସଦସ୍ୟ ସର୍ବସମ୍ମତି ଏବଂ ଗୋଟେ ସ୍ବରରେ ତାଙ୍କ ଇସ୍ତଫାକୁ ଅସ୍ବୀକାର କରିଥିଲେ । କଂଗ୍ରେସ ଅଧ୍ୟକ୍ଷକୁ ଆହ୍ବାନ କରାଗଲା ଯେ ପ୍ରତିକୂଳ ପରିସ୍ଥିତି ଏବଂ ସମସ୍ତ ଚ୍ୟାଲେଞ୍ଜକୁ ରାହୁଲ ଗାନ୍ଧୀଙ୍କ ସାମନା କରିଛନ୍ତି । ତେଣୁ ଦଳକୁ ନେତୃତ୍ବ କରିବା ଏବଂ ଏକ ସଠିକ ମାର୍ଗଦର୍ଶକ ପାଇଁ ରାହୁଲଙ୍କ ଆବଶ୍ୟତା ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.