ETV Bharat / bharat

ଆରୋଗ୍ୟ ସେତୁ ଆପ୍‌ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ - Rahul Gandhi questioned

ଦେଶରେ କୋରୋନା କାୟା ଦ୍ରୁତଗତିରେ ବଢିଚାଲିଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବାକୁ ଅପିଲ କରୁଛନ୍ତି । ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଆପକୁ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

Rahul Gandhi questioned Arogya setu app
ଆରୋଗ୍ୟ ସେତୁ ଆପ୍‌ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ
author img

By

Published : May 2, 2020, 10:31 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା କାୟା ଦ୍ରୁତଗତିରେ ବଢିଚାଲିଛି । ସେପଟେ କେନ୍ଦ୍ର ସରକାର ବାରମ୍ବାର ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବାକୁ ଅପିଲ କରୁଛନ୍ତି । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଆପ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଆପକୁ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି କରିଛନ୍ତି ।

ସେ ଟ୍ବିଟ କରି କହିଛନ୍ତି ଯେ, ଆରୋଗ୍ୟ ସେତୁ ଆପ୍‌ ଏକ ଅତ୍ୟାଧୁନିକ ନିରୀକ୍ଷଣ ପ୍ରଣାଳୀ । ଯେଉଁଥିରେ କୌଣସି ଆନୁଷ୍ଠାନିକ ତଦାରଖ ବିନା ଜଣେ ପ୍ରାଇଭେଟ୍‌ ଅପରେଟରଙ୍କୁ ଆଉଟସୋର୍ସିଂ କରାଯାଇଛି । ଯାହା ତଥ୍ୟ ସୁରକ୍ଷା ଏବଂ ଗୋପନୀୟତାର ଚିନ୍ତା ବଢାଇଛି । ଟେକ୍ନୋଲୋଜି ଆମକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ, କିନ୍ତୁ ନାଗରିକଙ୍କ ସହମତି ବିନା ସେମାନଙ୍କୁ ଟ୍ରାକ୍ କରିବା ପାଇଁ ଭୟର ଫାଏଦା ଉଠାଇବା ଅନୁଚିତ୍ ।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରୋଗ୍ୟ ସେତୁ ଆପ କୋରୋନା ଭାଇରସ ବିରୋଧ ଲଢେଇରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.