ETV Bharat / bharat

'ରାହୁଲ ଗାନ୍ଧୀଙ୍କୁ ଦେଶର ଇତିହାସ ବିଷୟରେ ଶିକ୍ଷାଲାଭ କରିବା ଉଚିତ' - rahul gandh

ରାହୁଲ ଗାନ୍ଧୀଙ୍କୁ ଦେଶର ଇତିହାସ ଜାଣିବାର ଆବଶ୍ୟକତା ରହିଛି । ଏହା ସହିତ ରାହୁଲ ଗାନ୍ଧୀ ରାଜନୀତିରେ ଅପରିପକ୍ବ ଥିବା ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ।

 ଗୃହମନ୍ତ୍ରୀ ଅନିଲ ବିଜ
ଗୃହମନ୍ତ୍ରୀ ଅନିଲ ବିଜ
author img

By

Published : Jul 19, 2020, 5:02 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଇତିହାସର ଜ୍ଞାନ ଆରୋହଣ କରିବାକୁ କହିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ । ରାହୁଲ ଗାନ୍ଧୀଙ୍କୁ ଦେଶର ଇତିହାସ ଜାଣିବାର ଆବଶ୍ୟକତା ରହିଛି । ଏହା ସହିତ ରାହୁଲ ଗାନ୍ଧୀ ରାଜନୀତିରେ ଅପରିପକ୍ବ ଥିବା ସେ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ପରିହାସ କରି ତାଙ୍କୁ ଜ୍ଞାନୀ ତଥା ଶିକ୍ଷିତ ଲୋକଙ୍କଠାରୁ ଇତିହାସ ସମ୍ପର୍କରେ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଛନ୍ତି ଅନିଲ ବିଜ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଚୀନ ଆମ ଜମି ଛଡାଇ ନେଇଛି ଏବଂ ପ୍ରଧାନମନ୍ତ୍ରୀ ଆମେରିକାର ଅର୍ଥମନୀତିଜ୍ଞ ଚାମ୍ବରଲିନ ଭଳି ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଅନିଲ ବିଜ ଏଭଳି କହିଛନ୍ତି ।

ଦେଶର ଅଖଣ୍ଡତା ରକ୍ଷା କରିବା ପାଇଁ ମୋଦି ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ଅନିଲ ବିଜ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଚୀନ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିଲା। ଭାରତର ଅଖଣ୍ଡତା ତଥା ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ମୋଦି ସରକାର ନିରନ୍ତର ପରିଶ୍ରମ କରିଛନ୍ତି।

ରାଜ୍ୟରେ ବୁଢୁଥିବା ଅପରାଧ ସମ୍ପର୍କରେ ହରିୟାଣା ଗୃହମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରହିଛି ଏବଂ ଲୋକମାନେ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି । ରାଜ୍ୟରେ ପୋଲିସ ସକ୍ରିୟ ଅଛି । ଯଦି କୌଣସି ଅପରାଧ ସମ୍ପର୍କରେ ମାମଲା ରୁଜୁ ହୁଏ ତେବେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.