ETV Bharat / bharat

‘ରାଫେଲ ପ୍ରସଙ୍ଗରେ ମିଛ କହିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ’ - ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟର ନିଷ୍ପତ୍ତି

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାହୁଲ ଗାନ୍ଧୀଙ୍କୁ ରାଫେଲ ମାମଲାରେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 14, 2019, 5:06 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ବିମାନ ଡିଲ୍‌ ଯାଞ୍ଚକୁ ନେଇ ଦାଖଲ କରାଯାଇଥିବା ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିଜେପି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାହୁଲ ଗାନ୍ଧୀଙ୍କୁ ରାଫେଲ ମାମଲାରେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ।

Rahul Gandhi misquoted SC on Rafale
ଫଟୋ ସୌଜନ୍ୟ: ଏଏନଆଇ

ରବିଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ ରାଫେଲ ନିଷ୍ପତ୍ତି ଉପରେ ପୁନର୍ବିଚାର ଯାଚିକା ରଦ୍ଦ ହେବା ସତ୍ୟ, ଭାରତର ସୁରକ୍ଷା ଓ ମୋଦି ସରକାରଙ୍କ ନିର୍ଣ୍ଣୟ ନେବାର ବିଶ୍ବସନୀୟତା ପ୍ରକ୍ରିୟାର ବିଜୟ ବୋଲି କହିଛନ୍ତି । କଂଗ୍ରେସ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ । ଦେଶବାସୀଙ୍କୁ ଭୁଲ ତଥ୍ୟ ପ୍ରଦାନ କରିବା ଅପରାଧ ବୋଲି ସେ କହିଛନ୍ତି । ଏହାସହ କଟାକ୍ଷ କରି କହିଛନ୍ତି ଯେ, ଯେଉଁମାନଙ୍କର ହାତ ସମୂର୍ଣ୍ଣ ଭାବରେ ଭ୍ରଷ୍ଟ୍ରାଚାରରେ ବୁଡି ରହିଛି ସେମାନେ ହିଁ ଏଭଳି ପ୍ରସଙ୍ଗ ଉଠାଇ ଦେଶବାସୀଙ୍କ ମନରେ ବିଭ୍ରାନ୍ତକର ତଥ୍ୟ ଉପସ୍ଥାପନ କରନ୍ତି । ଦେଶର ସୁରକ୍ଷା ସହ ଯିଏ ଖେଳ ଖେଳିଛନ୍ତି, ସେମାନେ ନିଜର ପ୍ରୟୋଜିତ ରାଜନୈତିକ କାର୍ଯ୍ୟକ୍ରମକୁ କୋର୍ଟରେ ନ୍ୟାୟ ପାଇବା ପାଇଁ ଅନୁରୋଧ ରୂପରେ ପ୍ରସ୍ତୁତ କରିଥିଲେ ।

ଏହାସହ ରବିଶଙ୍କର ରାଫେଲ ମାମଲାରେ ସମସ୍ତ ପ୍ରକ୍ରିୟାକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଦାମ ପ୍ରକ୍ରିୟାକୁ ମଧ୍ୟ ପରଖିଥିଲେ ଏବଂ ସଠିକ କହିଥିଲେ । ସୁପ୍ରିମକୋର୍ଟ ଅଫସେଟ ପ୍ରକ୍ରିୟାକୁ ସଠିକ ଦର୍ଶାଇଥିଲେ । ଏତେ ସବୁ ପରେ ମଧ୍ୟ ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ମିଛ ଦର୍ଶାଇ ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ନାମରେ ମଧ୍ୟ ମିଥ୍ୟା ଅପପ୍ରଚାର କରିଥିଲେ । ଏହାଠାରୁ ବଡ ମିଛ ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି ।

ଏହାସହ ରବିଶଙ୍କର ରାହୁଲ ଗାନ୍ଧୀଙ୍କୁ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟକୁ କ୍ଷମା ମାଗିବା ପରେ ରାହୁଲ ଗାନ୍ଧୀଙ୍କୁ ଛାଡିଦେଇଛନ୍ତି । ମାତ୍ର ସେ ସାଧାରଣ ଜନତାଙ୍କ ଆଖିର ଆଖି ମିଳାଇବା ପାଇଁ କ୍ଷମା ମାଗିବେ ? ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ, ଆଜି ଦେଶର ଜନତା ଏହା ଜାଣିବାକୁ ଚାହୁଁଛନ୍ତି ଯେ, ରାହୁଲ ଗାନ୍ଧୀ କାହା ବଳରେ ଏତେ ବଳୀୟାନ । କିଏ ତାଙ୍କ ପଛରେ ରହି ଏଭଳି ଶକ୍ତି ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.