ETV Bharat / bharat

କେରଳ ଓ କର୍ଣ୍ଣାଟକରୁ ବି ନିର୍ବାଚନ ଲଢିବେ କି ରାହୁଲ?

ବାୟନାଡ ନିର୍ବାଚନ ମଣ୍ଡଳୀରୁ ରାହୁଲଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ସେପଟେ କର୍ଣ୍ଣାଟକରୁ ମଧ୍ୟ ରାହୁଲଙ୍କୁ ନିର୍ବାଚନ ଲଢିବାକୁ ଦଳ ଦାବି କରୁଛି।

ଡିଜାଇନ୍ ଫଟୋ
author img

By

Published : Mar 23, 2019, 4:27 PM IST

ନୂଆଦିଲ୍ଲୀ: ଆମେଠୀ ପରେ କେରଳରେ ବି ନିର୍ବାଚନ ଲଢିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତାଙ୍କୁ ରାଜ୍ୟର ଗୋଟିଏ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ କେରଳ ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ବାୟନାଡ ନିର୍ବାଚନ ମଣ୍ଡଳୀରୁ ରାହୁଲଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।

କଂଗ୍ରେସ ନେତା ଓମାନ ଚାଣ୍ଡୀଙ୍କ କହିଛନ୍ତି, ବାୟନାଡ ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ରାହୁଲଙ୍କୁ ଅନୁରୋଧ କରାଯାଇଛି। ସେ ଯେକୌଣସି ମୁହୁର୍ତ୍ତରେ ଏନେଇ ନିଷ୍ପତ୍ତି ନେଇ ପାରନ୍ତି। ତେବେ କେରଳରୁ ଲଢିବାନେଇ ବର୍ତ୍ତମାନ ସୁଦ୍ଧା ରାହୁଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସେପଟେ କର୍ଣ୍ଣାଟକରୁ ମଧ୍ୟ ରାହୁଲଙ୍କୁ ନିର୍ବାଚନ ଲଢିବାକୁ ଦଳ ଦାବି କରୁଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଦକ୍ଷିଣରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା । କିନ୍ତୁ କର୍ଣ୍ଣାଟକରେ ମେଣ୍ଟ କରି ସରକାର ଗଠନରେ ସକ୍ଷମ ହୋଇଥିଲା । ତେବେ ପୂନଃର୍ବାର ନିଜର ପୁରାତନ ଗଡରେ ରାଜୁତି କରିବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି ।

ସେହିପରି କର୍ଣ୍ଣାଟକ ସହ କଂଗ୍ରେସର ପୁରୁଣା ସମ୍ପର୍କ ରହିଛି । 1977ରେ ରାଇବେରେଲିରୁ ଇନ୍ଦିରା ଗାନ୍ଧୀ ନିର୍ବାଚନ ହାରିଥିଲେ । ଆଉ ଏମର୍ଜେନ୍ସି ପରେ ସେତେବେଳର ଜନତା ପାର୍ଟି ସରକାର ସହ ଜୋରଦାର ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଆଉ ଏହି ସମୟରେ ଇନ୍ଦିରାଙ୍କୁ ସାଥ ଦେଇଥିଲା କର୍ଣ୍ଣାଟକର ଚିକମଙ୍ଗଲୁର ଉପନିର୍ବାଚନ । 1978ରେ ଚିକମଙ୍ଗଲୁରରୁ ବହୁମତରେ ବିଜୟ ହେବା ସହ ପୁଣିଥିରେ କ୍ଷମତାକୁ ଫେରିଥିଲେ ।

Intro:ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଜେପି ପକ୍ଷରୁ ବିଶ୍ୱଜିତ ନାୟକ ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ଦଳ ଟିକେଟ ଦେବା ପାଇଁ ଘୋଷଣା କରିଛି। ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖା ଦେଇଛି। ବିଶ୍ୱଜିତ ନାୟକ ଗତ 2014 ନିର୍ବାଚନ ରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ। ବିଶ୍ୱଜିତ ବିଜେଡି ପ୍ରାର୍ଥୀ ଆକାଶ ଦାସନାୟକଙ୍କ ଠାରୁ ପରାସ୍ତ ହେବ ପରେ ବିଜେପି ଦଳରେ ସାମିଲ ହୋଇଥିଲେ। ତେବେ ଚଳିତ ନିର୍ବାଚନ ରେ କୋରେଇର ମୌଳିକ ସମସ୍ୟା ଓ ଦୁନିତିକୁ ପ୍ରସଙ୍ଗ କରି ନିର୍ଵାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଶ୍ୱଜିତ । ଆଜି ତାଙ୍କୁ କାର୍ଯ୍ୟଳୟ ରେ ଦଳୀୟ କର୍ମୀ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

Body:ସେହିଭଳି କୋରେଇ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବ୍ୟାସନଗର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା। ବନ୍ଦିତା ପ୍ରଥମ ଥର ପାଇଁ ନିର୍ବାଚନ ରେ ଲଢ଼ିବାକୁ ଯାଉଥିବା ବେଳେ ଆଜି କରେ ଅନେକନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତା ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.