ETV Bharat / bharat

ଜାଣନ୍ତୁ କାହିଁକି ଲୁକ୍ ବଦଳାଇଲେ ରାହୁଲଙ୍କ ଡୁପ୍ଲିକେଟ ? - କଂଗ୍ରେସ

ଲୁକ୍ ବଦଳାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟ । ରାହୁଲଙ୍କ ଭଳି ଅବିକଳ ନକଲ ଚେହେରା ପାଇଁ 2010 ମସିହାରେ ଖୁବ ଚର୍ଚ୍ଚାକୁ ଆସିଥିଲେ ସୁରଟର ବାସିନ୍ଦା ପ୍ରଶାନ୍ତ ସେଟ୍ଟୀ । ହେଲେ ରାହୁଲଙ୍କ ଭଳି ଅବିକଳ ଚେହେରା ଥିବା ପ୍ରଶାନ୍ତ ଏବେ କିନ୍ତୁ ନିଜ ଲୁକ ବଦଳାଇ ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : May 7, 2019, 7:01 PM IST

Updated : May 8, 2019, 7:57 AM IST

ସୁରଟ: ଲୁକ ବଦଳାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟ । ରାହୁଲଙ୍କ ଭଳି ଅବିକଳ ନକଲ ଚେହେରା ପାଇଁ 2010 ମସିହାରେ ଖୁବ ଚର୍ଚ୍ଚାକୁ ଆସିଥିଲେ ସୁରଟର ବାସିନ୍ଦା ପ୍ରଶାନ୍ତ ସେଟ୍ଟୀ । ହେଲେ ରାହୁଲଙ୍କ ଭଳି ଅବିକଳ ଚେହେରା ଥିବା ପ୍ରଶାନ୍ତ ଏବେ କିନ୍ତୁ ନିଜ ଲୁକ ବଦଳାଇ ଦେଇଛନ୍ତି ।

2014 ଲୋକସଭା ନିର୍ବାଚନ ବେଳେ ପ୍ରଶାନ୍ତ ରାହୁଲଙ୍କ ଚେହେରା ସହ ତାଙ୍କ ଚେହେରାର ସାମଞ୍ଜସ୍ୟ ପାଇଁ ଖୁବ ପ୍ରଶଂସା ସାଉଁଟିଥିଲେ । ରାହୁଲ ଗାନ୍ଧୀଙ୍କ ଚେହେରା ସହ ତାଙ୍କ ଚେହେରା ମିଶୁଥିବାରୁ ଲୋକେ ତାଙ୍କ ଦେଖିବାକୁ ଦୋକାନରେ ଭିଡ ଜମାଉ ଥିଲେ । ତେବେ ସମୟ ବଦଳିବା ସହ 5ବର୍ଷ ପରେ ବଦଳି ଯାଇଛି ରାହୁଲଙ୍କ ଡୁପ୍ଲିକେଟର ଲୁକ ।

ଏବେ ସେ ବର୍ତ୍ତମାନ ବିଜେପିର ଜଣେ ସମର୍ଥକ ହୋଇଥିବାରୁ ରାହୁଲଙ୍କ ଡୁପ୍ଲିକେଟ ଡାକ ଶୁଣିଲେ ବିରକ୍ତ ହେଉଛନ୍ତି । ରାହୁଲଙ୍କ ସହ ତାଙ୍କ ତୁଳନା ବାରମ୍ବାର ହେବାରୁ ସେ ଏଥିରେ ବିରକ୍ତ ହୋଇ ଲୁକ ପରିବର୍ତ୍ତନ କରିଛନ୍ତି । 2014 ପରଠୁ ସେ 20କେଜି ଓଜନ ବଢାଇଛନ୍ତି । ନିଜ ହେୟାର ଷ୍ଟାଇଲ ବଦଳାଇବା ସହ ହାଲକା ଦାଢି ରଖିଛନ୍ତି ।

ରାହୁଲଙ୍କ ସହ ପ୍ରଶାନ୍ତଙ୍କ ତୁଳନାକୁ ନେଇ ସେ କହିଛନ୍ତି ଯେ, ପିଏମ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭୂମିକାର ଅଫର ମିଳିଥିଲା । 'ହେଲେ ମୁଁ ରାହୁଲଙ୍କ ଅବିକଳ ଚେହେରାର ପରିଚୟ ଚାହୁଁନାହିଁ । ରାହୁଲ ଜଣେ ରାଷ୍ଟ୍ରୀୟ ନେତା, ମୁଁ ତାଙ୍କ ସମ୍ମାନ କରେ । ହେଲେ ଏବେ ମୁଁ ଜଣେ ବିଜେପି ସମର୍ଥକ ଏବଂ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରେ । ଏଥିପାଇଁ ମୁଁ ବଲିଉଡ ଫିଲ୍ମକୁ ବି ମନା କରିଥିଲି। '

Intro:Body:

dffd

Conclusion:
Last Updated : May 8, 2019, 7:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.