ETV Bharat / bharat

ରାହୁଲଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧିମଣ୍ଡଳ, ହସ୍ତାନ୍ତର କରାଯିବ 2 କୋଟି ହସ୍ତାକ୍ଷର - ରାହୁଲ ଗାନ୍ଧୀ

ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳର ଏକ ପ୍ରତିନିଧି ମଣ୍ଡଳ ଡିସେମ୍ବର 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ରାହୁଲଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧିମଣ୍ଡଳ, ହସ୍ତାନ୍ତର କରାଯିବ 2 କୋଟି ହସ୍ତାକ୍ଷର

author img

By

Published : Dec 22, 2020, 10:21 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ 27 ଦିନରେ ପହଞ୍ଚିଛି । ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳର ଏକ ପ୍ରତିନିଧି ମଣ୍ଡଳ ଡିସେମ୍ବର 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ତେବେ କଂଗ୍ରେସର ଏହି ପ୍ରତିନିଧିମଣ୍ଡଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ କୃଷି ଆଇନ ବିରୋଧରେ 2 କୋଟି ଲୋକଙ୍କର ଦସ୍ତଖତ ହସ୍ତାନ୍ତର କରାଯିବ ।

କେନ୍ଦ୍ର ପକ୍ଷରୁ ଅଣାଯାଇଥିବା କୃଷି ସୁଧାର ସମ୍ବନ୍ଧୀୟ ଆଇନ ବିରୋଧରେ ହଜାର ହଜାର ସଂଖ୍ୟକ ଚାଷୀ ପୂନର୍ବାର ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଆଇନରେ ସଂଶୋଧନ ନୁହେଁ ବରଂ ପ୍ରତ୍ୟାହାର ହେବା ଦରକାର ବୋଲି କିସାନ ମଜଦୁର ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି ।

ସିଂଘୁ ସୀମାରେ କିସାନ ମଜଦୁର ସଂଘର୍ଷ ସମିତିର ଶ୍ରବଣ ସିଂହ କହିଛନ୍ତି, ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି କି ସେ ଏହି ଆଇନ ପ୍ରତ୍ୟାହାର କରିବେ ନାହିଁ । ତେବେ ଯଦି ଏହି ଆଇନରେ କୌଣସି ସଂସୋଧନର ଆବଶ୍ୟକତା ରହିଛି, ତାହେଲେ ଗୋଟିଏ ଚିଠି ଲେଖି ଚର୍ଚ୍ଚା ପାଇଁ ସମୟ ଓ ତାରିଖ ଘୋଷଣା କରିବାକୁ କୁହାଯାଇଥିବା ଚାଷୀ ନେତା କହିଛନ୍ତି ।

ପୂର୍ବରୁ ଡିସେମ୍ବର 9ରେ ନୂତନ କୃଷି ଆଇନକୁ ବରଖାସ୍ତ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିବେଦନ କରିଥିଲେ ରାହୁଲ ଗାନ୍ଧୀ ଓ 5 ବିରୋଧି ଦଳ ନେତା । ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ 5ଟି ବିରୋଧି ଦଳ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.