ETV Bharat / bharat

କର୍ଣ୍ଣାଟକ କାର୍ଯ୍ୟକାରିଣୀ ଭଙ୍ଗ କଲେ କଂଗ୍ରେସ ଅଧ୍ୟକ୍ଷ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ଣ୍ଣାଟକ କାର୍ଯ୍ୟକାରିଣୀକୁ ଭଙ୍ଗ କରିଦେଇଛନ୍ତି । ବିଧାୟକ ରୋଶନ ବେଗଙ୍କୁ ମଧ୍ୟ ରାହୁଲ ନିଲମ୍ବିତ କରିଛନ୍ତି ।

author img

By

Published : Jun 19, 2019, 9:04 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ଡ୍ରାମା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀକୁ ଭଙ୍ଗ କରିଛନ୍ତି ରାହୁଲ । ଏଥି ସହିତ ବିଧାୟକ ରୋଶନ ବେଗଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟିକୁ ଭଙ୍ଗ ପାଇଁ ମଞ୍ଜୁରୀ ଦେଇଥିବା ନେଇ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡରାଓ ସୂଚନା ଦେଇଛନ୍ତି । ଗୁଣ୍ଡରାଓ ଏବେବି କେପିସିସିର ଅଧ୍ୟକ୍ଷ ପଦରେ ରହିବା ନେଇ ଜଣା ପଡିଛି ।

ଅନ୍ୟପକ୍ଷରେ ବିଧାୟକ ରୋଶନ ବେଗ ଏଗଜିଟ ପୋଲରେ ପାର୍ଟିର ଖରାପ ପ୍ରଦର୍ଶନକୁ ନେଇ ପାର୍ଟିର ପ୍ରଦେଶ ପ୍ରଭାରୀ କେସି ଭେନୁଗୋପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ପ୍ରଦେଶ ଅଧ୍ୟକ୍ଷ ଦିନେଶ ଗୁଣ୍ଡରାଓଙ୍କ ଉପରକୁ ପ୍ରଶ୍ନ ଉଠାଇଥିଲେ । ଏଥି ପାଇଁ ଦଳ ପକ୍ଷରୁ ରୋଶନଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ବୁଧବାର ତାଙ୍କୁ ଦଳରୁ ନିଲମ୍ବିତ କରିଦିଆଯାଇଛି ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.