ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁନି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଭଉଣୀମାନେ । ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ପବିତ୍ର ବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ସମ୍ପର୍କ । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।
-
Wishing every one a happy #RakshaBandhan.
— Rahul Gandhi (@RahulGandhi) August 3, 2020 " class="align-text-top noRightClick twitterSection" data="
आप सभी को रक्षाबंधन की शुभकामनाएँ। pic.twitter.com/EJZWPSGO2J
">Wishing every one a happy #RakshaBandhan.
— Rahul Gandhi (@RahulGandhi) August 3, 2020
आप सभी को रक्षाबंधन की शुभकामनाएँ। pic.twitter.com/EJZWPSGO2JWishing every one a happy #RakshaBandhan.
— Rahul Gandhi (@RahulGandhi) August 3, 2020
आप सभी को रक्षाबंधन की शुभकामनाएँ। pic.twitter.com/EJZWPSGO2J
ରାହୁଲ ଗାନ୍ଧୀ ଟ୍ବିଟରରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ ।
ଏହି ପବିତ୍ର ଉତ୍ସବରେ ଅନେକ ରାଜନେତା ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ବିଏସପି ମାୟାବତୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରାର୍ଥନା କରିଛନ୍ତି ।