ETV Bharat / bharat

ସଙ୍କଟରେ ଗେହଲଟଙ୍କ ଗାଦି ! - rajasthan

ସୋମବାର ରାହୁଲଙ୍କୁ ଭେଟିବାର ପ୍ରୟାସ କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କିନ୍ତୁ ତାଙ୍କୁ ଭେଟିବାକୁ ମନା କରି ଦେଇଥିଲେ ରାହୁଲ ଏବଂ ତାଙ୍କ ବଦଳରେ ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟିବାକୁ କହିଥିଲେ ।

ଫାଇଲ ଫଟୋ
author img

By

Published : May 28, 2019, 10:01 AM IST

ନୂଆଦିଲ୍ଲୀ: ଦଳ ବଦଳରେ ପରିବାରକୁ ମହତ୍ବ ଦେବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭାରି ପଡିଛି । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିଛି ତାଙ୍କୁ । ସୋମବାର ରାହୁଲଙ୍କୁ ଭେଟିବାର ପ୍ରୟାସ ମଧ୍ୟ କରିଥିଲେ ଗେହଲଟ । କିନ୍ତୁ ସେ ତାଙ୍କୁ ଭେଟିବାକୁ ମନା କରିବା ସହ ତାଙ୍କ ବଦଳରେ ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟିବାକୁ କହିଥିଲେ । ସେପଟେ ରାଜସ୍ଥାନ ସରକାରରେ ମଧ୍ୟ ମତଭେଦ ସୃଷ୍ଟି ହୋଇଥିବା ସାମ୍ନାକୁ ଆସୁଛି । ତେବେ ଏଭଳି ସ୍ଥିତିରେ ରାଜସ୍ଥାନରେ ନେତୃତ୍ବ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।

କଂଗ୍ରେସ କାର୍ଯ୍ୟକାରିଣୀ ସମିତି ବୈଠକରେ ଦଳର ପରାଜୟ ନେଇ ରାହୁଲ କ୍ଷୁବ୍ଧ ପ୍ରକାଶ କରି ଦଳର କେତେକ ବରିଷ୍ଠ ନେତାଙ୍କୁ ଏଥିପାଇଁ ଦାୟୀ କରିଥିଲେ । ସେମାନେ ଦଳକୁ ଗୁରୁତ୍ବ ନଦେଇ ପୁତ୍ରଙ୍କ ଭବିଷ୍ୟତ ଗଢିବାରେ ବ୍ୟସ୍ତ ଥିଲେ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଉପରେ ବର୍ଷିଥିଲେ । ରାହୁଲ ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ ଟିକେଟ ଦେବାକୁ ରାଜି ନଥିଲେ । କିନ୍ତୁ ସେମାନଙ୍କୁ ଟିକଟ ଦେବା ଫଳରେ ଦଳକୁ ପରାଜୟ ସାମ୍ନା କରିବାକୁ ପଡିଛି ବୋଲି କଂଗ୍ରେସରେ ଚର୍ଚ୍ଚା ଚାଲିଛି ।

ସୂଚନା ଯୋଗ୍ୟ ଯେ, କଂଗ୍ରେସ ରାଜସ୍ଥାନର ଗୋଟିଏ ବି ଆସନ ଦଖଲ କରିପାରି ନଥିବା ବେଳେ ମଧ୍ୟ ପ୍ରଦେଶରେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.