ଥିରୁଅନନ୍ତପୁରମ: ବ୍ୟସ୍ତତା ଭିତରେ ନିଜ ନିର୍ବାଚନୀ ମଣ୍ଡଳୀ ଗସ୍ତ କରିଛନ୍ତି ରାହୁଲ ଗାନ୍ଧି । ୱାୟନାଡ ଟି' ଷ୍ଟଲରେ ଚା ପକୁଡି ମଧ୍ୟ ଖାଇଥିବା ସୂଚନା ମିଳିଛି । ସାଙ୍ଗରେ କଂଗ୍ରେସର ଜେନେରାଲ ସେକ୍ରେଟାରୀ କେସି ବେନୁଗୋପାଳ ମଧ୍ୟ ଥିବା ଦେଖାଯାଇଛି ।
ଟି ଷ୍ଟଲରେ କିଛି ଲୋକଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ରାହୁଲ । ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ପୂଜା ନାମକ ଜଣେ ଛାତ୍ରୀଙ୍କୁ ମାଲାୟଲମ ବକୃତା ଅନୁବାଦ କରିବାରେ ସାହାଯ୍ୟ କରୁଥିବା ଦେଖାଯାଇଥିଲା । ଏହାସହ ସେ ବକେରୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହର ମଧ୍ୟ ଉଦଘାଟନ କରିଥିଲେ ।