ETV Bharat / bharat

‘ମେକ ଇନ୍ ଇଣ୍ଡିଆ କଥା କହୁଥିବା ବିଜେପି ଚୀନରୁ ସାମଗ୍ରୀ କିଣୁଛି’ - modi govt.

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି । ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ଯେ ମୋଦି ସରକାର ମେକ ଇନ୍ ଇଣ୍ଡିଆ ବିଷୟରେ କହୁଛନ୍ତି କିନ୍ତୁ ଚାଇନାରୁ ସମସ୍ତ ସାମଗ୍ରୀ କିଣୁଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jun 30, 2020, 4:53 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବ୍ୟତୀତ ବର୍ତ୍ତମାନ ଚୀନ ନିବେଶକୁ ନେଇ ମଧ୍ୟ ଏକ ବିତର୍କ ଚାଲିଛି । ଗତ କିଛି ଦିନ ହେବ ଦେଶରେ ଚୀନର ପୁଞ୍ଜି ବିନିଯୋଗକୁ ବିରୋଧ ଏବଂ ଚାଇନା କମ୍ପାନୀଗୁଡିକ ପାଇଥିବା ଟେଣ୍ଡରକୁ ରଦ୍ଦ କରାଯାଉଛି । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି । ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ଯେ ମୋଦି ସରକାର ମେକ ଇନ୍ ଇଣ୍ଡିଆ ବିଷୟରେ କହୁଛନ୍ତି କିନ୍ତୁ ଚାଇନାରୁ ସମସ୍ତ ସାମଗ୍ରୀ କିଣୁଛନ୍ତି ।

ଏହାସହ ସେ ୟୁପିଏ ଓ ଏନଡିଏ ସରକାରର ତୁଳନା କରି ଏକ ଗ୍ରାଫ୍ ପ୍ରସ୍ତୁତ କରିଛନ୍ତି । ଏହି ଗ୍ରାଫରେ ଚୀନରୁ ଆସୁଥିବା ସାମଗ୍ରୀକୁ ତୁଳନା କରୁଛି । ରାହୁଲ ସେୟାର କରିଥିବା ଚାର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି।

ରାହୁଲଙ୍କ ଗ୍ରାଫ୍ ଅନୁଯାୟୀ, ୟୁପିଏ କାର୍ଯ୍ୟକାଳ ମଧ୍ୟରେ କେବଳ 14 ପ୍ରତିଶତ ସାମଗ୍ରୀ ଚାଇନାରୁ ଆମଦାନୀ ହୋଇଥିବା ବେଳେ ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା 18 ପ୍ରତିଶତକୁ ବୃଦ୍ଧି ପାଇଛି । ରାହୁଲ ଲେଖିଛନ୍ତି ଯେ ଏହି ସଂଖ୍ୟା ମିଛ ନୁହେଁ ।

ପ୍ରକାଶଥାଉକି, ସୀମାକୁ ନେଇ ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ଚୀନକୁ ଆର୍ଥିକ ଆକ୍ରମଣ କରିବା ନେଇ ବିତର୍କ ଚାଲିଛି । ଅନ୍ୟପକ୍ଷରେ ସରକାର ଏକ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି, ଯେଉଁଥିରେ ଆମଦାନୀ ଉପରେ କମ୍ ଧ୍ୟାନ ଦେବାକୁ କୁହାଯାଇଛି ଓ ଘରୋଇ ଉତ୍ପାଦ ବୃଦ୍ଧି କରିବା ଉପରେ ଆଲୋଚନା ହେଉଛି ।

ସୋମବାର ସନ୍ଧ୍ୟାରେ ଟିକଟକ୍ ସମେତ ମୋଟ 59 ଟି ଆପକୁ ନିଷିଦ୍ଧ କରାଯାଇଛି । ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି ଯେ କାହିଁକି ଆଲିବାବା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.