ETV Bharat / bharat

କୋରୋନା ବିପର୍ଯ୍ୟୟ ସମୟରେ ମୋଦିଙ୍କ ଗୋଟିଏ ସତ୍ୟ ’ପିଏମ କେୟାର୍ସ’: ରାହୁଲ ଗାନ୍ଧୀ - ରାହୁଲଙ୍କ ଟାର୍ଗେଟରେ ମୋଦି

କୋରୋନା ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ କଥା ସବୁ କହିଥିଲେ ବା ଯାହା ପ୍ରତିଶୃତି ଦେଇଥିଲେ ତାହା ତାଙ୍କର ମନଗଢା କାହାଣୀ । କେବଳ ସତ ହେଉଛି ’ପିଏମ କେୟାର୍ସ’ । କାରଣ 21 ଦିନରେ ନା ତ କୋରୋନା ପରାସ୍ତ ହେଲା ଆଉ ନାହିଁ ସୀମାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଆଜି ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଅଧିକ ପଢନ୍ତୁ...

କୋରୋନା ବିପର୍ଯ୍ୟୟ ସମୟରେ ମୋଦିଙ୍କ ଗୋଟିଏ ସତ୍ୟ ’ପିଏମ କେୟାର୍ସ’

author img

By

Published : Sep 16, 2020, 10:52 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ବୁଧବାର ରାହୁଲ କୋରୋନା ସମୟରେ ମୋଦି ସରକାରଙ୍କ ବିଫଳତାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ କହିଛନ୍ତି, ସରକାର କୋରୋନା କାଳରେ କେବଳ ମନଗଢା କଥା କହିଥିବାବେଳେ ସେହି ମଧ୍ୟରୁ କେବଳ ଗୋଟିଏର ହିଁ ସତ୍ୟତା ରହିଛି ।

ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି, ବିଜେପି ସରକାର ଅବାସ୍ତବ କଥା ହିଁ କହିଥିଲେ । ସେଗୁଡିକ ହେଲା 21 ଦିନ ମଧ୍ୟରେ କୋରୋନାକୁ ପରାସ୍ତ କରିବା, ଆରୋଗ୍ୟ ସେତୁ ସୁରକ୍ଷା ଦେବ, 20 ଲକ୍ଷ ଆର୍ଥିକ ପ୍ୟାକେଜ, ଆତ୍ମନିର୍ଭର, ସୀମାରେ କୌଣସି ଅନୁପ୍ରବେଶ ହୋଇନାହିଁ, ପରିସ୍ଥିତି ନିୟନ୍ତ୍ରଣ ରହିଛି । କିନ୍ତୁ ଏସବୁ ମଧ୍ୟରେ ଗୋଟିଏ ସତ ହେଉଛି ବିପର୍ଯ୍ୟୟ ସମୟରେ #PMCares ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଆକ୍ରମଣ ଜାରି ରଖିଛନ୍ତି। ରାହୁଲ ସରକାରଙ୍କ ଦ୍ବାରା ତାଲା ବନ୍ଦ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ବିନା କୌଣସି ରଣନୀତି କୋରୋନା ମୁକାବିଲା କରାଯାଇଛି । ଯାହା ଫଳରେ ବର୍ତ୍ତମାନ ଦେଶରେ ଅନେକ ସଂକ୍ରମିତ ହେବା ସହ ମୃତ୍ୟୁ ଘଟିଛି । ଏଥି ସହିତ ରାହୁଲ ପ୍ରବାସୀ ଶ୍ରମିକଙ୍କ ଠାରୁ ଅର୍ଥନୀତି ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରି ଆସିଛନ୍ତି ।

କୋରୋନା ମହାମାରୀ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା ପାଇଁ 'ପିଏମ କେୟାର୍ସ' ପାଣ୍ଠି ଗଠନ କରାଯାଇଥିଲା । ଏହି ପିଏମ କେୟାର୍ସରୁ କୋଭିଡ ପରିଚାଳନା ହେଉଥିବା ସରକାର ବିଭିନ୍ନ ପର୍ଯ୍ୟାୟ ଦର୍ଶାଇ ଆସିଛନ୍ତି । ହେଲେ ଏହାକୁ ବିରୋଧୀ ପିଏମ କେୟାର୍ସକୁ କେତେ ଅନୁଦାନ ଆସିଥିବା ଓ କେତେ ଖର୍ଚ୍ଚ ହୋଇଛି ସେନେଇ ବାରମ୍ବାର ତଥ୍ୟ ପ୍ରଦାନ କରିବାକୁ ଦାବି କରିଥିଲେ । ରାହୁଲ କ୍ରମାଗତ ଭାବେ ଅର୍ଥନୀତିର ସ୍ଥିତି ଉପରେ ଭିଡିଓ ଟ୍ୱିଟ୍ କରୁଛନ୍ତି, ଯେଉଁଥିରେ ସେ ତାଙ୍କ ମତ ଦେଉଛନ୍ତି। ପିଏମ କେୟାରଙ୍କ ବିଷୟରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସରକାର ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି, ତେଣୁ ପିଏମ କେୟାର୍ସ ସୂଚନା ସେୟାର କରୁନାହାଁନ୍ତି ।

ସଂସଦ ଅଧିବେଶନରେ ମଧ୍ୟ ଚୀନ ଏବଂ କୋରୋନା ପ୍ରସଙ୍ଗରେ ବିରୋଧୀ ମୋଦି ସରକାରଙ୍କୁ ଘେରି ରହିଛନ୍ତି। ବୁଧବାର ରାଜ୍ୟସଭାରେ ମଧ୍ୟ ଆଲୋଚନା ହେବ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ପର୍ଯ୍ୟନ୍ତ ସଂସଦ ଅଧିବେଶନରେ ଆସିନାହାଁନ୍ତି । ରାହୁଲ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଯାଞ୍ଚ ପାଇଁ ଏକ ବିଦେଶ ଗସ୍ତରେ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.