ETV Bharat / bharat

କେରଳ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀ ନିର୍ଦ୍ଦେଶ: ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ

କେରଳ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀ ମୁଖ୍ୟ ଦୋଷୀ ବୋଲି ଅଭିଯୋଗ କରିଥିଲେ କେରଳର ସରିଥା ନାୟାର ନାମକ ମହିଳା। ଅଧିକ ପଢନ୍ତୁ...

କେରଳ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀ ନିର୍ଦ୍ଦୋଶ: ସୁପ୍ରିମକୋର୍ଟ

author img

By

Published : Nov 2, 2020, 10:44 PM IST

ନୂଆଦିଲ୍ଲୀ: କେରଳ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। 2019ରେ ୱାଇନାଡ଼ରୁ ନିର୍ବାଚନ ଲଢ଼ିଥିଲେ ରାହୁଲ ଗାନ୍ଧୀ। ତେବେ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀ ମୁଖ୍ୟ ଦୋଷୀ ବୋଲି ଅଭିଯୋଗ କରିଥିଲେ କେରଳର ସରିଥା ନାୟର ନାମକ ମହିଳା। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୱାଇନାଡ଼ରେ ଲୋକସଭା ନର୍ବାଚନ ଲଢ଼ିବାକୁ ଦିଆନଯାଉ ବୋଲି ଦାବି କରିଥିଲେ ମହିଳା। ଏନେଇ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସରିଥା ନାୟରଙ୍କ ପିଟିସନକୁ ନେଇ 2019 ମସିହାରେ ସୁପ୍ରିମକୋର୍ଟରେ କେସ ହୋଇଥିଲା। ଏହାକୁ ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣି ବେଳେ ସରିଥା ନାୟରଙ୍କ ଉପରେ ସୁପ୍ରିମକୋର୍ଟ 1 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ କହିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସରଦ ଅରବିନ୍ଦ ବୋବଡ଼େ ସରିଥା ନାୟରଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। ଏହାସହ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବା ଅଭିଯୋଗରେ ତାଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଦାଖଲ କରିବାକୁ କହିଛନ୍ତି।

କେରଳ ସୋଲାର ସ୍କାମ ମାମଲାରେ ସରିଥା ନାୟରଙ୍କ ସ୍ବାମୀଙ୍କୁ 3 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ କୋଏମ୍ବାଟୁର କୋର୍ଟ। ଏହାପରେ ଏହି ମାମଲାରେ ରାହୁଲ ଗାନ୍ଧୀ ସମ୍ପୃକ୍ତ ଥିବାନେଇ ଅଭିଯୋଗ କରିଥିଲେ ସରିଥା ନାୟର। କୋଏମ୍ବାଟୁର କୋର୍ଟ ଓ କେରଳ ହାଇକୋର୍ଟ ସରିଥାଙ୍କ ଅଭିଯୋଗକୁ ଖାରଜ କରିଥିଲେ। ଏହାପରେ ସରିଥା ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାସହ ୱାଇନାଡ଼ରୁ ରାହୁଲଙ୍କୁ ଲଢ଼ିବାକୁ ନଦିଆଯାଉ ବୋଲି ଅଭିଯୋଗ ଆଣିଥିଲେ।

2019ରେ ୱାଇନାଡ଼ ଲୋକସଭା ଆସନରୁ ବିପୁଳ ବିଜୟ ହାସଲ କରିଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କମ୍ୟୁନିଷ୍ଟ ପାର୍ଟିର ପିପି ସୁନିରଙ୍କୁ ରାହୁଲ 4 ଲକ୍ଷ 31 ହଜାର 770 ଭୋଟରେ ପରାସ୍ତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.