ନୂଆଦିଲ୍ଲୀ: ବଜାଜ ଫାଇନାନ୍ସର ଚେୟାରମ୍ୟାନ ରାହୁଲ ବଜାଜଙ୍କ ବଡ ନିଷ୍ପତ୍ତି । ଚଳିତମାସ ଶେଷ କମ୍ପାନୀର ଚେୟାରମ୍ୟାନ ପଦରୁ ଓହରିବା ନେଇ ଘୋଷଣା କରିଛନ୍ତି ରାହୁଲ । 31 ଜୁଲାଇରେ ଚେୟାରମ୍ୟାନ ପଦରୁ ହଟିବା ନେଇ ସେ ନିଷ୍ପତ୍ତି ନେଇଛନ୍ତି । ହେଲେ ବଜାଜ କମ୍ପାନୀର ଅଣକାର୍ଯ୍ୟକାରୀ ନିର୍ଦ୍ଦେଶକ ପଦରେ ନିଜର କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି ।
ରାହୁଲଙ୍କ ଘୋଷଣା ପରେ ଖଲିସା କମ୍ପାନୀର ସେୟାର
ସେୟାର ବଜାରରେ ରାହୁଲଙ୍କ ଘୋଷଣା ନେଇ ଖବର ଆସିବା ପରେ କମ୍ପାନୀର ସେୟାରରେ ଖସିଥିବା ପରିଲକ୍ଷିତ ହୋଇଛି । ତେବେ କମ୍ପାନୀର ସେୟାର 6.5 ପ୍ରତିଶତ କମିଥିବା କୁହାଯାଉଛି ।
ସଞ୍ଜୀବ ବଜାଜ ନେବେ ରାହୁଲ ବଜାଜଙ୍କ ସ୍ଥାନ
ବଜାଜ ଫାଇନାନ୍ସର ଚେୟାରମ୍ୟାନ ପଦରୁ ରାହୁଲ ବଜାଜ ହଟିବା ପରେ ତାଙ୍କ ପୁଅ ସଞ୍ଜୀବ ବଜାଜ ଏହି ପଦରେ ନିଜ କାର୍ଯ୍ୟଭାର ତୁଲାଇବେ । ତେବେ ବଜାଜ କମ୍ପାନୀ ଆରମ୍ଭ ହେବା ଦିନରୁ ହିଁ ରାହୁଲ ସମସ୍ତ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି । 1987ରେ କମ୍ପାନୀର ଆରମ୍ଭ ହୋଇଥିଲା ।
1 ଅଗଷ୍ଟରୁ ସଞ୍ଜୀବ ବଜାଜ ହେବେ ଚେୟାରମ୍ୟାନ
ଆସନ୍ତା ମାସ ପହିଲାରୁ ସଞ୍ଜୀବ ବଜାଜ କମ୍ପାନୀରେ ନିଜ ବାପା ରାହୁଲ ବଜାଜଙ୍କ ସ୍ଥାନ ନେବେ । ସେ ଏବେ କମ୍ପାନୀରେ ଭାଇସ ଚେୟାରମ୍ୟାନ ପଦରେ ଅଛନ୍ତି ।