ନୂଆଦିଲ୍ଲୀ: ବର୍ତ୍ତମାନ ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଂକଟକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ମୁଖପାତ୍ର ଶାହାନବାଜ ହୁସେନ । କଂଗ୍ରେସରେ କେବଳ ଦୁଇଜଣ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରହିବେ ବୋଲି ସେ କହିଛନ୍ତି ।
କଂଗ୍ରେସ ଏହି ଭଳି କେତେ ନେତାଙ୍କୁ ଦଳରେ ଅବହେଳା କରିବେ। ଏହି ଭଳି ଯଦି ସବୁବେଳେ ଦଳୀୟ ନେତାଙ୍କୁ ବହିଷ୍କାର କରବା ଜାରି ରହେ ଦିନ ଆସିବ ସୋନିଆ ଓ ରାହୁଲ ମଧ୍ୟ ଦଳ ଛାଡିବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର । କଂଗ୍ରେସର ବରିଷ୍ଠ ନେତୃତ୍ବ କିଭଳି ଭାବରେ ଦଳରେ ଯୁବ ନେତୃତ୍ବକୁ ଭରଷା କରୁନାହିଁନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କଲାଭଳି ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ମଧ୍ୟ ଦଳରେ ଅଣଦେଖା କରାଯାଉଛି । କଂଗ୍ରେସ କେବେ ମଧ୍ୟ ସଚ୍ଚିନ ପାଇଲଟଙ୍କ ଫଟୋକୁ ଦଳର ହୋର୍ଡିଂରେ ବ୍ୟବହାର କରିନାହିଁ ।
କଂଗ୍ରେସର ସମର୍ଥକ ଓ ଯୁବ ନେତୃତ୍ବ ଦଳର ବରିଷ୍ଠ ନେତୃତ୍ବଙ୍କ ପାଖରେ ଅଯୋଗ୍ୟ ମଣୁଛନ୍ତି । ଭବିଷ୍ୟତରେ କଂଗ୍ରେସରେ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସୂଚନା ଥାଉକି ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ସେ କଂଗ୍ରେସ ସହ ଦୀର୍ଘ 18 ବର୍ଷର ସମ୍ଫର୍କ ଛିନ୍ନ କରି ଇସ୍ତଫା ପ୍ରଦାନ କରିଛନ୍ତି । ଯାହା ଫଳରେ ସିନ୍ଧିଆ ସମର୍ଥକ ବିଧାୟକମାନେ ବାଙ୍ଗାଲୋରରେ ରହିଛନ୍ତି । ବିଧାୟକଙ୍କ ଇସ୍ତଫା ପ୍ରଦାନ ଫଳରେ କମଳନାଥ ସରକାର ଭାଙ୍ଗିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି ।