ETV Bharat / bharat

ଚେନ୍ନାଇର କୋରୋନା ମୃତ୍ୟୁ ତଥ୍ୟ ଭୁଲ ! - ମୃତ୍ୟୁ ସଂଖ୍ୟା 224

ଚେନ୍ନାଇରେ ସରକାରୀ ତଥ୍ୟ ଓ ପ୍ରକୃତ ତଥ୍ୟ ମଧ୍ୟରେ ତାଳମେଳ ନଥିବା ଜଣାପଡିଛି । ନିକଟରେ ଏକ ତଦନ୍ତ ଅନୁସାରେ ସରକାରୀ ତଥ୍ୟ ଭୁଲ ରହିଛି । ସରକାରଙ୍କ ଅନୁସାରେ ଜୁନ୍ 8 ଯାଏଁ ମୃତ୍ୟୁ ସଂଖ୍ୟା 224 ରହିଛି । ଯେବେକି ପ୍ରକୃତରେ ଚେନ୍ନାଇରେ ଏହି ସଂଖ୍ୟା ଦୁଇ ଗୁଣା ଅଧିକ ବୋଲି ସହରର ଡେଥ୍ ରେଜିଷ୍ଟରରୁ ଜଣାପଡିଛି । ଅଧିକ ପଢନ୍ତୁ....

ଚେନ୍ନାଇର କୋରୋନାଜନିତ ମୃତ୍ୟୁ ତଥ୍ୟ ଭୁଲ୍ !
ଚେନ୍ନାଇର କୋରୋନାଜନିତ ମୃତ୍ୟୁ ତଥ୍ୟ ଭୁଲ୍ !
author img

By

Published : Jun 11, 2020, 10:20 PM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ମାମଲା ବଢିଚାଲିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 36 ହଜାର ପାର କରିଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 326 ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି । ଯେଉଁଥିରୁ କେବଳ ଚେନ୍ନାଇରେ 224 ମୃତ୍ୟୁ ରହିଛି ।

ତେବେ ଏହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚେନ୍ନାଇରେ ସରକାରୀ ତଥ୍ୟ ଓ ପ୍ରକୃତ ତଥ୍ୟ ମଧ୍ୟରେ ତାଳମେଳ ନଥିବା ଜଣାପଡିଛି । ନିକଟରେ ଏକ ତଦନ୍ତ ଅନୁସାରେ ସରକାରୀ ତଥ୍ୟ ଭୁଲ ରହିଛି । ସରକାରଙ୍କ ଅନୁସାରେ ଜୁନ୍ 8 ଯାଏଁ ମୃତ୍ୟୁ ସଂଖ୍ୟା 224 ରହିଛି । ଯେବେକି ପ୍ରକୃତରେ ଚେନ୍ନାଇରେ ଏହି ସଂଖ୍ୟା ଦୁଇ ଗୁଣା ଅଧିକ ବୋଲି ସହରର ଡେଥ୍ ରେଜିଷ୍ଟରରୁ ଜଣାପଡିଛି । ଯାହାର ତଥ୍ୟ ଯାଞ୍ଚ କରିବା ପରେ ପଦାକୁ ଆସିଛି । ନିକଟରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଏକ ଟିମ୍ ଏହି ରେଜିଷ୍ଟର ଯାଞ୍ଚ କରିବା ପରେ ସତ କଥା ଜଣାପଡିଥିଲା ।

ଏଥିରେ ଗ୍ରେଟର ଚେନ୍ନାଇ କର୍ପୋରେସନ ପକ୍ଷରୁ ସରକାରୀ ତଥ୍ୟ ଅପେକ୍ଷା 236ଟି ଅଧିକ ମୃତ୍ୟୁ ରିପୋର୍ଟ ହୋଇଥିବା ଦେଖାଯାଇଥିଲା । ଏହାକୁ ଯଦି ମୋଟ୍ ମୃତ୍ୟୁ ସଂଖ୍ୟାରେ ମିଶାଇ ଦିଆଯାଏ ତେବେ ରାଜ୍ୟର ମୃତ୍ୟୁ ହାର 1.5 ପ୍ରତିଶତକୁ ବୃଦ୍ଧି ପାଇବ । ପୂର୍ବରୁ ସରକାରୀ ସ୍ତରରେ ଏହା 0.7 ପ୍ରତିଶତ ଥିବା ଉଲ୍ଲେଖ ରହିଛି । ଏକ ତଥ୍ୟ ଅନୁସାରେ ଜଣାପଡିଛି ଯେ ପେରାମ୍ବୂରର ରେଲବାଇ ହସ୍ପିଟାଲରେ ଘଟିଥିବା ପ୍ରାୟ 20ଟି ମୃତ୍ୟୁ କୋଭିଡ 19 ଷ୍ଟେଟ୍ ନୋଡାଲ ଅଫିସରେ ରିପୋର୍ଟ ହୋଇନାହିଁ ।

ସେହିପରି ଏବେ ଯାଏଁ ଅନେକ ମେଡିକାଲ କଲେଜର ହସ୍ପିଟାଲ ଏବଂ ଘରୋଇ କ୍ଲିନିକ୍ ମୃତ୍ୟୁ ସଂଖ୍ୟାର ତଥ୍ୟ ପଠାଇନାହାନ୍ତି । ଇମେଲରେ ଏହି ତଥ୍ୟ ସରକାରଙ୍କୁ ଦେଇଥାନ୍ତି । ଏହା ଉପରେ ତଦନ୍ତ ଚାଲିଛି । ତଥ୍ୟ ମିଳିବା ପରେ ଯାଞ୍ଚ କରି ଏହାକୁ ଡେଥ୍ ରେଜିଷ୍ଟାରରେ ଲେଖାଯିବ । ଏହାପରେ ସଂଖ୍ୟାରେ ତାଳମେଳ ଆସିବ ବୋଲି ସ୍ବାସ୍ଥ୍ୟ ସଚିବ ବୀଲା ରାଜେଶ କହିଛନ୍ତି । ଯେଉଁମାନେ ଏହି ତଥ୍ୟ ଦେଇନାହାନ୍ତି ସେମାନଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଛି । ସେହିପରି ଏଥିପାଇଁ ଏକ କମିଟି ଗଠିତ ହୋଇଛି । କେତେକ କ୍ଷେତ୍ରରେ ଅନ୍ୟ ରୋଗର ଲକ୍ଷଣ ଥିବା କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁକୁ ଡାକ୍ତରମାନେ କୋରୋନା ଜନିତ ବୋଲି ଘୋଷଣା କରୁନାହାନ୍ତି । ଯାହା ଫଳରେ ଏପରି ସମସ୍ୟା ଦେଖାଦେଇଥିବା ରାଜେଶ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.