ନୂଆଦିଲ୍ଲୀ: ବିଶ୍ବ ୟୁନିଭର୍ସିଟି ରାଙ୍କିଂ-2020ର ସୂଚୀ ପ୍ରକାଶ ପାଇଥିବା ବେଳେ ଲଗାତାର ଦ୍ବିତୀୟଥର ପାଇଁ ଆଇଆଇଟି ବମ୍ବେ ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି ।
ପୂର୍ବରୁ ଆଇଆଇଟି ବମ୍ବେ 162ତମ ସ୍ଥାନରେ ଥିବା ବେଳେ ଏଥର 152ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କ୍ୟୁଏସ ଓ୍ବାର୍ଲଡ ୟୁନିଭର୍ସିଟି ରାଙ୍କିଂରେ ଆଇଆଇଟି ଦିଲ୍ଲୀ, ଆଇଆଇଟି କାନପୁର, ରୁରକି ଓ ଖଡକପୁରର ରାଙ୍କ ଖସିଥିବା ଦେଖିବାକୁ ମିଳିଛି ।
କ୍ୟୁଏସ ଓ୍ବାର୍ଲଡ ରାଙ୍କିଂ-2020ରେ ଭାରତର 23ଟି ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି । ଏଥିରେ ଆଇଆଇଟି ବମ୍ବେ 152 ସ୍ଥାନରେ ଥିବା ବେଳେ ଆଇଆଇଟି ଦିଲ୍ଲୀ 182, ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ 184 ସ୍ଥାନ ହାସଲ କରିଛି ।