ETV Bharat / bharat

‘କୋରୋନା ମହାମାରୀ ଆଳରେ ଧାର୍ମିକ ବିଭାଜନର ପ୍ରୟାସ କରାଯାଉଛି’ - CORONA VIRUS

କୋରୋନା ମହାମାରୀ ବାହାନାରେ ଲୋକ ଧାର୍ମିକ ବିଭାଜନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ।

PINARAYI VIJAYAN
କୋରୋନା ମହାମାରୀ
author img

By

Published : Apr 2, 2020, 4:25 PM IST

ଥିରୁଅନନ୍ତପୁରମ୍: କୋରୋନା ମହାମାରୀ ବାହାନାରେ ଲୋକ ଧାର୍ମିକ ବିଭାଜନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି । ଯେଉଁମାନେ ନିଜାମୁଦ୍ଦିନ ସମାବେଶରେ ଭାଗ ନେଇଥିଲେ, ବିଶେଷ କରି ସେମାନଙ୍କୁ ବିରୋଧରେ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦିଆଯାଉଥିବା ସହ ଉଦ୍ଦେଶ୍ୟପୂର୍ଣ୍ଣ ଅଭିଯାନ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ କଡା ଆଭିମୁଖ୍ୟ ଦେଖାଇ କହିଛନ୍ତି, କୋରୋନା ଭାଇରସ ଆତଙ୍କ ସମୟରେ କେହି ବି ଧର୍ମ ବିବାଦ ଆରମ୍ଭ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଅଭିଯାନକୁ ଜୋରଦାର କରିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରଶାସନ ଚେଷ୍ଟା କରୁଛନ୍ତି । ବୁଧବାର ସଂକ୍ରମିତ ଲୋକଙ୍କ ସଂଖ୍ୟା 1,900 ଅତିକ୍ରମ କରିଛି, ଏହାସହ ସର୍ବାଧିକ 450ଟି ନୂଆ ମାମଲା ସାମ୍ନାକୁ ଆସିଛ ।

ପ୍ରକାଶଥାଉକି, ନିଜାମୁଦ୍ଦିନରେ ଥିବା ତାବଲିଘି ଜମାତର କେନ୍ଦ୍ର ହୋଇଥିବାରୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସନ୍ତି । ବିଭିନ୍ନ ସହରରେ ଇସଲାମର ପ୍ରଚାର ପାଇଁ ଏଠାକୁ ଆସୁଥିବା ଲୋକଙ୍କୁ ବିଭିନ୍ନ ଦଳରେ ପଠାଯାଇଥାଏ । ଏମାନେ ବିଭିନ୍ନ ମସଜିଦ୍ ଯାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.