ଚଣ୍ଡୀଗଡ: କୋରୋନା ମହାମାରୀ ମଧ୍ୟରେ ପଞ୍ଜାବ କ୍ବାରେଣ୍ଟାଇନ ନିୟମରେ ଏକ ବଡ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁଯାୟୀ, ଯେଉଁ ଲୋକ 72ଘଣ୍ଟାରୁ କମ ସମୟ ପାଇଁ ପଞ୍ଜାବ ଆସୁଛନ୍ତି ସେମାନଙ୍କୁ ହୋମ କ୍ବାରେଣ୍ଟିନରେ ରହିବା ଆବଶ୍ୟକ ନାହିଁ । ଏଥିସହ ସେମାନଙ୍କୁ କେବଳ କୋରୋନା ଆପରେ ଫର୍ମାଲ ଅଣ୍ଡରଟେକିଙ୍ଗ ପ୍ରୋସେସ ପୂରଣ କରିବାକୁ ପଡିବ । ଯାହାକୁ ସେମାନେ ନିଜ ଫୋନରେ ଡାଉନଲୋଡ କରିବେ ।
ଏହି ନିୟମ ପରୀକ୍ଷା ଦେବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଏବଂ ବେପାରୀ ପରିପ୍ରେକ୍ଷୀରେ ଆସୁଥିବା ଲୋକଙ୍କୁ ସୁବିଧା ଦେବାପାଇଁ କରାଯାଇଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସେ ଏପରି ଯାତ୍ରୀଙ୍କୁ 14 ଦିନ ଘରେ କ୍ବେରେଣ୍ଟାଇନ ନରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଯାତ୍ରୀମାନଙ୍କୁ ଆପର ଇନଫରମେସନ ସେକ୍ସନରେ ନିଜ ଠିକଣା ଦେବା ବ୍ୟତୀତ ପଞ୍ଜାବରେ ରହିବା ସମୟରେ ସେମାନେ କୋରୋନା ଆପ ଆକ୍ଟିଭ ରଖିବା ନେଇ ସୁନିଶ୍ଚିତ କରିବେ ।
ଏହି ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ପଡିବ । ଅନ୍ୟମାନଙ୍କ ଠାରୁ ଦୂରତା ବଜାୟ ରଖିବାକୁ ପଡିବ । ଯଦି କୋରୋନା ଲକ୍ଷଣ ପରିଲକ୍ଷିତ ହେଲା ତେବେ ତୁରନ୍ତ 104କୁ କଲ କରିବାକୁ ପଡିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମକୁ କଡାକଡି ପାଳନ କରିବାକୁ ପଡିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କୁ କଡା ଦଣ୍ଡ ଦିଆଯିବ ।