ଚଣ୍ତିଗଡ: କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଅଭିନବ ପ୍ରୟାସ ଆପଣେଇଛନ୍ତି ପଞ୍ଜାବ ସରକାର । ମାତ୍ର 514 ଟଙ୍କାରେ ପ୍ରତ୍ୟେକ ରାଜ୍ଯବାସୀଙ୍କୁ ଯୋଗାଇବେ ଅକ୍ସିମିଟର । ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂ। ତେବେ ପ୍ରତ୍ୟକ ଜିଲ୍ଲାର ଭେଣ୍ତିଂ ଜୋନରେ ଅକ୍ସିମିଟର ମିଳିବ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯିବ । ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅକ୍ସିମିଟର 514 ଟଙ୍କାରେ କ୍ରୟ କରାଯାଉଥିଲା । ହେଲେ ଏବେ ଜନ ସାଧାରଣଙ୍କ ପାଇଁ ସରକାର ଯୋଗାଇ ଦେବେ । ଅକ୍ସି ମିଟରର ବଜାର ଦର ପ୍ରାୟ 1000 ଥିଲା ବେଳେ ହେଲେ ସରକାର ଲୋକଙ୍କୁ ମାତ୍ର 514 ଟଙ୍କାରେ ଯୋଗାଇ ଦେବେ । ରାଇକୋଟ ଜଣେ ବାସିନ୍ଦାଙ୍କ ପରାମର୍ଶକୁ ନେଇ ସରକାର ପ୍ରତ୍ୟେକ ଘରେ ଶସ୍ତା ମୂଲ୍ୟରେ ଅକ୍ସିମିଟର ଏବଂ ଥର୍ମୋମିଟର ଯୋଗାଇଦେବାକୁ କହିଛନ୍ତି ।
ଏପରିକି, 50,000 କୋଭିଡ କେୟାର କିଟ୍ ମାଗଣାରେ ରାଜ୍ୟରେ ବଣ୍ଟନ କରୁଛନ୍ତି ସରକାର । ଏହି କିଟ ମଧ୍ୟରେ ଅକ୍ସିମିଟର, ଥର୍ମୋମିଟର ସହ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଗୁରୁଦାସପୁର ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ବସନା ଦେଇଛନ୍ତି କୋରୋନାକୁ ନେଇ ଡରିବାର କୈଣସି କାରଣ ନାହିଁ । ଯଦି କେହି କୋରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ମେଡିକାଲ ଯିବାର ଆବଶ୍ୟକତା ନାହିଁ । ସଂକ୍ରମିତ ହୋଇଥିବା ବ୍ୟକ୍ତି ହୋମ କ୍ବାରେଣ୍ଟାଇନରେ ରହିପାରିବେ। ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ 10 ଦିନ ମଧ୍ୟରେ ଏକ ଡାକ୍ତରୀଟିମ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସଂକ୍ରମିତମାନେ ବିଳମ୍ବରେ ମେଡିକାଲରେ ଚିକିତ୍ସିତ ହେଇଛନ୍ତି । ସେଥିପାଇଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଯଦି କୋରୋନାର ସଂକ୍ରମଣ ଦେଖାଦେଉଛି ତେବେ ଏହାର ଚିକିତ୍ସା ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
@ IANS