ଚଣ୍ଡିଗଡ଼: ପଞ୍ଜାବର ରାଜସ୍ୱ ମନ୍ତ୍ରୀ ଗୁରୁପ୍ରୀତ ସିଂ କଙ୍ଗର ହେଲେ କୋରୋନା ପଜିଟିଭ୍ । ପ୍ରଥମେ ଗଳାରେ ଯନ୍ତ୍ରଣା ହେବାରୁ ସେ କୋରୋନା ପରୀକ୍ଷା କରିଥିଲେ । ରବିବାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିବା କଥା ଡାକ୍ତରମାନେ କହିଛନ୍ତି । ତେବେ ସ୍ୱାଧୀନତା ଦିବସ ଅବସରରେ ସେ ଗତକାଲି ମାନସା ସହରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଗୁରୁପ୍ରୀତ ସିଂ ଫୋନ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହାପୂର୍ବରୁ ଦୁଇ ଜଣ କଂଗ୍ରେସ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀ ତୃପ୍ତି ରାଜିନ୍ଦର ସିଂ ବାଜୱା କୋରୋନା ପଜିଟିଭ୍ ଆସିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ