ETV Bharat / bharat

ଅବୁଝା ପାକିସ୍ତାନ, ସମାଧାନ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Sep 13, 2019, 1:05 PM IST

କରତାରପୁର କୋରିଡରରେ ପାକିସ୍ତାନ ପକ୍ଷରୁ ଭାରତୀୟ ଯାତ୍ରୀଙ୍କଠାରୁ ଟିକସ ଆଦାୟ କରାଯାଉଛି । ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦର ସିଂହ ଚିଠି ଲେଖିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦର ସିଂହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଚିଠି । କରତାରପୁର କୋରିଡରରେ ପାକିସ୍ତାନ ପକ୍ଷରୁ ଭାରତୀୟ ଯାତ୍ରୀଙ୍କଠାରୁ ଟିକସ ଆଦାୟ କରାଯାଉଛି । ଏହାକୁ ବନ୍ଦ କରିବା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି କ୍ୟାପଟେନ ଅମରେନ୍ଦର ସିଂହ । ପଞ୍ଜାବ ସ୍ଥିତ ଗୁରୁଦ୍ବାରା ଯିବାକୁ ହେଲେ କରତାରପୁର କୋରିଡର ଦେଇ ଯିବାକୁ ପଡେ । ଆଉ ଭାରତୀୟଙ୍କଠାରୁ ଭିଜା ଆକାରରେ ପାକିସ୍ତାନୀ ଅଧିକାରୀ ସର୍ଭିସ ଚାର୍ଜ ଆଦାୟ କରନ୍ତି ।

ଏହାସହ ଏହି ଚିଠି ମାଧ୍ୟମରେ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ କ୍ୟାପଟେନ ଅମରେନ୍ଦର ଉପଦେଶ ସ୍ବରପ କହିଛନ୍ତି, ଭାରତର ଏହି ମାମଲାକୁ ଦ୍ବିପାକ୍ଷିକ ଆଲୋଚନାରେ ଉଠାଯିବା ଉଚିତ । ଫଳରେ ଏହି ଅସୁବିଧା ଖୁବଶୀଘ୍ର ସମାଧାନ ହୋଇପାରିବ । ଅମରେନ୍ଦର ସିଂହଙ୍କ କରିବା କଥା ହେଲା ପାକିସ୍ତାନ କରତାରପୁର କୋରିଡର ଦେଇ ଶ୍ରଦ୍ଧାଳୁମାନେ ଗୁରୁଦ୍ବାରା ଦର୍ଶନ କରିବାକୁ ଯାଆନ୍ତି । ଆଉ ଭକ୍ତଙ୍କଠାରୁ ପାକିସ୍ତାନୀ ଅଧିକାରୀ ସର୍ଭିସ ଚାର୍ଜ ଆଦାୟ କରନ୍ତି । ଯାହାକି ଆଗାମୀ ଦିନରେ ଭକ୍ତଙ୍କ ଉପରେ ଭାରି ପଡିପାରେ ।

ତେଣୁ ଭାରତ ସରକାର, ପାକିସ୍ତାନ ସରକାରଙ୍କ ସହ ଏସମ୍ପର୍କରେ ଦ୍ବିପାକ୍ଷିକ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ପାକିସ୍ତାନ କରତାରପୁର ସାହିବ ଯାଉଥିବା ଭକ୍ତଙ୍କଠାରୁ କୌଣସି ପ୍ରକାର ଭିଜା ଚାର୍ଜ ଆଦାୟ ନକରାଯିବା ଉପରେ ଦୁଇଦେଶ ମଧ୍ୟରେ ଆଲୋଚନା କରାଯିବା ଉଚିତ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ସୂଚନା ଥାଉକି ଗୁରୁନାନକଦେବଙ୍କ 550ତମ ଜନ୍ମବାର୍ଷିକି ନଭେମ୍ବରରେ ପାଳନ କରାଯିବ । ଏଥିଲାଗି ଗୁରୁଦ୍ବାରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.