ETV Bharat / bharat

550କୋଟିର ଭାଇରୋଲୋଜି ସେଣ୍ଟର ପାଇଁ କେନ୍ଦ୍ରକୁ ମାଗଣା ଜମି ଯୋଗାଇବ ପଞ୍ଜାବ

author img

By

Published : Apr 11, 2020, 10:37 AM IST

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ 550 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁରୋଧ କରିଛନ୍ତି । ପଞ୍ଜାବରେ ଏକ ‘ଉନ୍ନତ ଭାଇରୋଲୋଜି’ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Punjab CM
କେନ୍ଦ୍ରକୁ ମାଗଣା ଜମି ଯୋଗାଇଲବ ପଞ୍ଜାବ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ 550 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁରୋଧ କରିଛନ୍ତି । ପଞ୍ଜାବରେ ଏକ ‘ଉନ୍ନତ ଭାଇରୋଲୋଜି’ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରକାର ମାଗଣାରେ ଜମି ମଧ୍ୟ ଯୋଗାଇ ଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବିତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଯାହା ଭାଇରୋଲୋଜି, ଡାଇଗ୍ନୋଷ୍ଟିକ୍, ଗବେଷଣା ଏବଂ ଚିକିତ୍ସା ମୂଲ୍ୟାଙ୍କନରେ ଆଞ୍ଚଳିକ, ଜାତୀୟ ତଥା ବିଶ୍ବସ୍ତରୀୟ ଆବଶ୍ୟକତାକୁ ସମାଧାନ କରିବ।

ଦେଶରେ ସମ୍ମୁଖୀନ ହୋଇଥିବା ଅପ୍ରତ୍ୟାଶିତ ସଙ୍କଟକୁ ସୂଚାଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏହି ଭୂତାଣୁ ଜନିତ ରୋଗର ହଠାତ୍ ଆରମ୍ଭ ହେବା ଏବଂ ଏହାର ମାତ୍ର ଦୁଇ ମାସ ମଧ୍ୟରେ ମହାମାରୀର ରୂପ ନେବା ଆମର ସ୍ବାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକତା ବଢାଇଦେଇଛି । ଭାଇରୋଲୋଜି କ୍ଷେତ୍ରରେ ଗବେଷଣା ନିହାତି ଜରୁରୀ ।

ବର୍ତ୍ତମାନ ପୁଣେରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ହେଉଛି ଦେଶର ଏକମାତ୍ର ଅନୁଷ୍ଠାନ ଯାହା ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଏକ ସମନ୍ବିତ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ପ୍ରତିକ୍ରିୟା ପ୍ରଦାନ କରିବାରେ ସକ୍ଷମ ବୋଲି ଅମରିନ୍ଦର ସିଂ ଲେଖିଛନ୍ତି । ଭାଇରସ ଦ୍ବାରା ହେଉଥିବା ମହାମାରୀ କ୍ରମାଗତ ବିପଦ ସୃଷ୍ଟି କରୁଛି ଏବଂ ଭବିଷ୍ୟତରେ ଏହି ଅନୁଷ୍ଠାନ ଆମ ପାଇଁ ଜରୁରୀ । ଏହା ଦ୍ବାରା ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.