ETV Bharat / bharat

କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ - ଡ୍ରେସ କୋର୍ଡ

ପଞ୍ଜାବ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 28, 2019, 10:31 AM IST

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଡେପୁଟି କମିଶନର ଦେଇଥିବା ଆଦେଶକୁ ରଦ୍ଦ କରି ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଡେପୁଟି କମିଶନର ଫାଜିଲ୍କା କର୍ମଚାରୀଙ୍କ ଡ୍ରେସ କୋର୍ଡ ସଂପର୍କରେ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି । ସେହିଭଳି ଡେପୁଟି କମିଶନରଙ୍କୁ ଏ ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡେପୁଟି କମିଶନର ପୂର୍ବରୁ କର୍ମଚାରୀ ସଂଘ ଦ୍ବାରା ଦିଆଯାଇଥିବା ଲିଖିତ ଅନୁରୋଧ ଉପରେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ପ୍ରସଙ୍ଗରେ ସବୁ ଦୃଷ୍ଟିରୁ ବିଚାର କରାଯାଇ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଡେପୁଟି କମିଶନର ପୁରୁଷ କର୍ମଚାରୀଙ୍କୁ ଟି-ସାର୍ଟ ପିନ୍ଧିବାରୁ ରୋକିବା ସହିତ ମହିଳା କର୍ମଚାରୀଙ୍କ ପାଇଁ ଓଢଣୀ ବ୍ୟବହାରକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.