ନୂଆଦିଲ୍ଲୀ: ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ କରତାରପୁର କରିଡର । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ କରତାରପୁର ଗସ୍ତ କରି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ଭଲ ଅଭିଜ୍ଞତା । ଏହି କରିଡର ଦୁଇ ଦେଶ ମଧ୍ୟରେ ଶାନ୍ତିର କରିଡର ହେବ ବୋଲି ମୋର ଆଶା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଁ ଏଭଳି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଗର୍ବିତ । ଶନିବାର ବହୁ ପ୍ରତିକ୍ଷିତ କରତାରପୁର ସାହିବଙ୍କ ଖୋଲା ଦର୍ଶନ ପରେ ପ୍ରତ୍ୟେକ ଶିଖଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରିଡରକୁ ପ୍ରତିଦିନ 5000 ତୀର୍ଥଯାତ୍ରୀ ଯିବାର ବ୍ୟବସ୍ଥା ହୋଇଥିବା ଜଣାପଡିଛି ।