ଚଣ୍ଡୀଗଢ: ସିଦ୍ଧୁଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ତେବେ ଇସ୍ତଫା ପତ୍ର ମଞ୍ଜୁର କରିବା ପରେ ଏହାକୁ ସେ ପଞ୍ଜାବ ରାଜ୍ୟପାଳ ବିପି ସିଂହଙ୍କ ନିକଟକୁ ପଠାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ନବଜୋତ ସିଂହ ସିଦ୍ଧୁ ଗତ ମଙ୍ଗଳବାର ପଞ୍ଜବର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ବେଳେ ତାହାକୁ ସେ ଗତ ରରିବାର ଦିନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନିକଟକୁ ପଠାଇଥିଲେ । ଏନେଇ ସେ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ । କିନ୍ତୁ ଅମରିନ୍ଦର ସିଦ୍ଧୁଙ୍କ ଇସ୍ତଫା ମିଳିନଥିବା କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଇସ୍ତଫା ମିଳିଥିବା ସ୍ପଷ୍ଟ କରାଯାଇଥିଲା ।