ETV Bharat / bharat

ନଭେମ୍ବର ସୁଦ୍ଧା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟଫୋନ - ଦ୍ବାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କୁ ମିଳିବ ସ୍ମାର୍ଟଫୋନ୍

COVID-19 ମହାମାରୀ ସମୟରେ ପଞ୍ଜାବରେ ଇ-ଲର୍ଣ୍ଣଂକୁ ସୁଗମ କରିବା ପାଇଁ ସରକାରୀ ବିଦ୍ୟାଳୟରେ ପଢୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କୁ ନଭେମ୍ବର 2020 ସୁଦ୍ଧା 1,73,823 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ ବୋଲି କ୍ୟାବିନେଟ କହିଛନ୍ତି । ଅଧିକ ପଢନ୍ତୁ...

ନଭେମ୍ବର ସୁଦ୍ଧା ସରକାରୀ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କୁ ମିଳିବ ସ୍ମାର୍ଟଫୋନ୍

author img

By

Published : Aug 6, 2020, 3:00 PM IST

ଚଣ୍ଡିଗଡ଼: ନଭେମ୍ବର ସୁଦ୍ଧା ସରକାରୀ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ସମସ୍ତ ଛାତ୍ରଛତ୍ରୀଙ୍କୁ ମିଳିବ ସ୍ମାର୍ଟଫୋନ୍ । COVID-19 ମହାମାରୀ ସମୟରେ ପଞ୍ଜାବରେ ଇ-ଲର୍ଣ୍ଣଂକୁ ସୁଗମ କରିବା ପାଇଁ ସରକାରୀ ବିଦ୍ୟାଳୟରେ ପଢୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କୁ ନଭେମ୍ବର 2020 ସୁଦ୍ଧା 1,73,823 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ ବୋଲି କ୍ୟାବିନେଟ କହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଥମ ବ୍ୟାଚରେ ପୂର୍ବରୁ ଗ୍ରହଣ କରାଯାଇଥିବା 50,000 ସ୍ମାର୍ଟଫୋନ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ଖୁବ ଶୀଘ୍ର ଆରମ୍ଭ କରାଯିବ । ଏହା ସହ ଦ୍ୱିତୀୟ ବ୍ୟାଚ୍ କ୍ରୟ କରାଯିବ ଏବଂ ପୁରା ବଣ୍ଟନ ପ୍ରକ୍ରିୟା ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି ପଞ୍ଜାବ କ୍ୟାବିନେଟର ବୈଠକ ପରେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ପଞ୍ଜାବ କ୍ୟାବିନେଟ ସୂଚାଇ ଦେଇଛି ଯେ, 2020-21 ଚାଲୁଥିବା ଶିକ୍ଷାବର୍ଷର ଚାରିମାସ ନିୟମିତ ଅନ୍-କ୍ୟାମ୍ପସ୍, କ୍ଲାସ୍ ବିନା ଅତିବାହିତ ହୋଇସାରିଛି ଯାହା ବିଦ୍ୟାର୍ଥୀଙ୍କ ପାଇଁ ବିଶେଷ ଭାବରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ପ୍ରଥମ ବ୍ୟାଚରେ କେବଳ ବାଳିକାଙ୍କୁ ସ୍ମାର୍ଟଫୋନ୍ ଦେବାର ଯୋଜନା ଥିବାବେଳେ ପରେ ଦ୍ୱାଦଶ ଶ୍ରେଣୀ ସରକାରୀ ବିଦ୍ୟାଳୟର ଉଭୟ ବାଳକ ଏବଂ ବାଳିକା, ଯେଉଁମାନଙ୍କର ଅନଲାଇନ୍ କ୍ଲାସ୍ କରିବା ପାଇଁ ସ୍ମାର୍ଟଫୋନ୍ ନାହିଁ, ସେମାନଙ୍କୁ ସମାନ ଭାବରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଦିନ କହିଛନ୍ତି ।

ଏହା ସହିତ ରାଜ୍ୟ ସରକାର 'ପଞ୍ଜାବ ସ୍ମାର୍ଟ କନେକ୍ଟ ସ୍କିମ୍' କାର୍ଯ୍ୟକାରୀ କରିବେ, ଯାହା ଆର୍ଥିକ ବର୍ଷ 2018-19 ପାଇଁ ବଜେଟରେ ଘୋଷଣା କରାଯାଇଥିଲା । ସରକାରୀ ଆବେଦନ ଇତ୍ୟାଦି ମୌଳିକ ନାଗରିକ-କେନ୍ଦ୍ର ସେବା ବ୍ୟତୀତ ଶିକ୍ଷା, ବୃତ୍ତି ସୁଯୋଗ, ଦକ୍ଷତା ବିକାଶ ତଥା ନିଯୁକ୍ତି ସୁଯୋଗ ସମ୍ବନ୍ଧୀୟ ସୂଚନା ଏବଂ ଯୁବପିଢୀଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା ପାଇଁ ଏହି ଯୋଜନା କରାଯାଇଥିଲା।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.