ମୁମ୍ବାଇ: ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ବନ୍ଦ କରିବା ସହ ସ୍ବଚ୍ଛ ରହିବାର ବାର୍ତ୍ତା ବାଣ୍ଟୁଛନ୍ତି ପୁନେର ଜଣେ ସଫେଇ କର୍ମୀ । ରାସ୍ତା କଡରେ ସଫା କରୁଥିବା ବେଳେ ଗୀତ ଗାଇ ସେ ଲୋକଙ୍କୁ କରୁଛନ୍ତି ସଚେତନ। ତାଙ୍କୁ କେହି ଗୀତ ଗାଇବା ପାଇଁ କୁହନ୍ତି ନାହିଁ, ହେଲେ ସେ ନିଜେ ନିଜର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି।
ଏହି ସଫେଇ କର୍ମୀଙ୍କ ନାମ ମହାଦେବ ଯାଦବ । ସେ ରାସ୍ତାରେ ଗୀତ ଗାଇ ଗାଇ ଲୋକଙ୍କୁ କରୁଛନ୍ତି ସଚେତନ। ନିକଟରେ ମହାଦେବଙ୍କର ଏକ ଗୀତ ଗାଉଥିବା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ତାଙ୍କ କହିବା ଅନୁସାରେ ମୁଁ ଗତ 25 ବର୍ଷ ହେବ ଏଠାରେ କାମ କଲେଣି । କିନ୍ତୁ ଲୋକଙ୍କ ଭିତରେ ସ୍ବଚ୍ଛତାକୁ ନେଇ ବର୍ତ୍ତମାନ ପରିବର୍ତ୍ତନ ଆସିବା ଆବଶ୍ୟକ ।
ତେଣୁ କିଛି ନିଆରା ଢଙ୍ଗରେ ଲୋକଙ୍କ ନିକଟରେ ମୋର ବାର୍ତ୍ତା ପହଞ୍ଚାଇବା ପାଇଁ ଏପରି ଉପାୟ ଆପଣେଇଥିବା କୁହନ୍ତି ମହାଦେବ । ବଲିଉଡ ଧୁନରେ ନିଜେ ଲେଖିଥିବା ଗୀତକୁ ସେ ଗାଇଥାନ୍ତି । ଯାହା ଦ୍ବାରା ଲୋକେ ଶୀଘ୍ର ତାଙ୍କୁ ଗ୍ରହଣ କରିବେ ବୋଲି ତାଙ୍କର ଆଶା ରହିଛି ।