ETV Bharat / bharat

ଖାଦ୍ୟାଭାବରେ ଆଇସୋଲେସନ ସେଣ୍ଟରରୁ ଫେରାର କୋରୋନା ରୋଗୀ

author img

By

Published : Apr 29, 2020, 3:24 PM IST

ମହାରାଷ୍ଟ୍ର ପୁନେର ବାଲେୱାଦି ଅଞ୍ଚଳରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରୁ ଜଣେ 70 ବର୍ଷୀୟ କୋରୋନା ରୋଗୀ ଫେରାର ହୋଇ 17 କିଲୋମିଟର ଚାଲି ଚାଲି ନିଜ ଘର ୟାରୱାଦାରେ ପହଞ୍ଚିଥିଲେ ।

_corona patients flees
ଖାଇବା ସମସ୍ୟା ପାଇଁ କ୍ବାରେଣ୍ଟିନ ସେଣ୍ଟରରୁ ଫେରାର ହେଲେ କୋରୋନା ରୋଗୀ

ମୁମ୍ବାଇ: କ୍ବାରେଣ୍ଟିନ ସେଣ୍ଟରରୁ ଫେରାର ହେଲେ କୋରୋନା ରୋଗୀ । ମହାରାଷ୍ଟ୍ର ପୁନେର ବାଲେୱାଦି ଅଞ୍ଚଳରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରୁ ଜଣେ 70 ବର୍ଷୀୟ କୋରୋନା ରୋଗୀ ଫେରାର ହୋଇ 17 କିଲୋମିଟର ଚାଲି ଚାଲି ନିଜ ଘର ୟାରୱାଦାରେ ପହଞ୍ଚିଥିଲେ ।

ସେ ଅଭିଯୋଗ ଆଣିଛନ୍ତି ଯେ, ଆଇସୋଲେସନ ସେଣ୍ଟରରେ ରୋଗୀଙ୍କୁ ଖାଦ୍ୟ ଯୋଗା ଯାଉନଥିବା ବେଳେ ଟଏଲେଟ୍ ସଫାସୁତୁରା ରଖାଯାଉନାହିଁ । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ଜଣେ ପଡୋଶୀ ଅସହାୟ ହୋଇ ତାଙ୍କ ଘର ବାହାରେ ବସିଥିବା ଦେଖିବାକୁ ପାଇଥିଲେ । ତେବେ ତାଙ୍କ ପରିବାରର କିଛି ସଦସ୍ୟ କୋରୋନା ଆକ୍ରାନ୍ତ ଥିବାରୁ ପରିବାର ଲୋକ କ୍ବାରେଣ୍ଟିନ ସେଣ୍ଟରରେ ଥିଲେ । ଫଳରେ ତାଙ୍କ ଘରେ ତାଲା ପଡିଥିଲା ।

ଏହାପରେ ପଡୋଶୀ ଜଣଙ୍କ ପ୍ରଶାସନଙ୍କୁ ଏନେଇ ଖବର ଦେଇଥିଲେ । ଏହାପରେ ୟାରୱାଦା କର୍ପୋରେଟର ସିଦ୍ଧାନ୍ତ ଧେଣ୍ଡେ ଘଟଣା ସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗାଡ କରି କୋରୋନା ରୋଗୀଙ୍କୁ ଏକ ଆଇସୋଲେସନ ୱାର୍ଡ ପଠାଇଥିଲେ ।

ଖବର ପାଇ କୋରୋନା ରୋଗୀଙ୍କ ପୁଅ ଯିଏ ନିଜେ ମଧ୍ୟ କୋରୋନା ଆକ୍ରାନ୍ତ ଆମ୍ବୁଲାନ୍ସରେ ଆସି ଆଇସୋଲେସନ ସେଣ୍ଟରକୁ ଯାଇଥିଲେ । ଏଥିସହ ତାଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରହିବାକୁ ବୁଝାଇଥିଲେ । ଏପଟେ ବୃଦ୍ଧ କୋରୋନା ରୋଗୀ ଜଣଙ୍କ କୌଣସି ଲୋକଙ୍କ ସମ୍ପର୍କରେ ଆସିନଥିବା ଏକ ଅଫିସିଆଲରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.