ETV Bharat / bharat

ପୁଲୱାମା ଆକ୍ରମଣ ଷଡଯନ୍ତ୍ର ମାମଲା: ଅଭିଯୁକ୍ତ ୟୁସୁଫ ଚୋପନକୁ ଜାମିନ

ପୁଲୱାମା ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଗିରଫ ୟୁସୁଫ ଚୋପନକୁ ଜାମିନ ପ୍ରଦାନ କରିଛନ୍ତି । ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏଥିରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 25, 2020, 6:15 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଆକ୍ରମଣର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଗିରଫ ୟୁସୁଫ ଚୋପନକୁ ଜାମିନ ପ୍ରଦାନ କରିଛନ୍ତି । ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଧାର୍ଯ୍ୟ ସମୟ ସୀମା ଭିତରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ କରି କୋର୍ଟଙ୍କ ନିକଟରେ ଦାଖଲ କରିବାରେ ବିଫଳ ହୋଇଥିଲା । ଫଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏନଆଇଏର ସ୍ବତନ୍ତ୍ର ବିଚାରପତି ପ୍ରବୀଣ ସିଂହ ଏହି ମାମଲାରେ ଫେବୃଆରୀ 18 ତାରିଖରେ କହିଥିଲେ ଯେ, ୟୁସୁଫ ଚୋପନର ଜାମିନ ମଞ୍ଜୁର ହେବା ବିଧିସମ୍ମତ ଓ ନ୍ୟାର୍ଯ୍ୟ ଅଧିକାର ।

ୟୁସୁଫଙ୍କ ଓକିଲ ଏହି ମାମଲାରେ ନିଜ ଯୁକ୍ତି ରଖିଛନ୍ତି । 180 ଦିନ ବିତିବାକୁ ଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ଅନେକ ଦିନ ଗଡିଯାଇଥିଲେ ମଧ୍ୟ ୟୁସୁଫ ଚୋପନଙ୍କ ନାମରେ ଉପଯୁକ୍ତ ପ୍ରମାଣ ଯୋଗାଡ କରିବା ବିଫଳ ରହିଛି ଏନଆଇଏ । ଫଳେ ଏବା ତାଙ୍କ ମହକିଲଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହାସହ ଦିଲ୍ଲୀ କୋର୍ଟ ଅଭିଯୁକ୍ତଙ୍କୁ ଏକ 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହାସହ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରଚେଷ୍ଟା କରିବା, କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ, ଧମକଚମକ ଦେବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥରେ ସୁରକ୍ଷାବାହିନୀଙ୍କ ଗାଡିକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣରେ ପାକିସ୍ତାନର ଆତଙ୍କୀ ସଂଗଠନ ଜୈଶ-ଏ ମହମ୍ମଦ (ଜେଇଏମ)ର ହାତ ଥିବା ଜଣାପଡିଥିଲା ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.