ETV Bharat / bharat

ପୁଲୱାମା ଆକ୍ରମଣକୁ ବର୍ଷେ:ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ 3ଟି ପ୍ରଶ୍ନ - ପୁଲୱାମା ଆକ୍ରମଣକୁ ବର୍ଷେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ 3ଟି ପ୍ରଶ୍ନ

ପୁଲୱାମା ଆକ୍ରମଣକୁ ପୁରିଛି ବର୍ଷେ । ଆଜିର ଦିନରେ ଭାରତ ମାତା ହରାଇଥିଲା ତାର 40 ବୀର ପୁତ୍ରକୁ । ଆତଙ୍କୀଙ୍କ ଭୟଙ୍କର ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ଠିକ୍‌ ବର୍ଷକ ତଳେ ଭାରତ ଛାତିରେ ବଡ ଧରଣର ଏହି ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

pulwama-attack-anniversary-
pulwama-attack-anniversary-
author img

By

Published : Feb 14, 2020, 11:29 AM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ପୁରିଛି ବର୍ଷେ । ଆଜିର ଦିନରେ ଭାରତ ମାତା ହରାଇଥିଲା ତାର 40 ବୀର ପୁତ୍ରକୁ । ଆତଙ୍କୀଙ୍କ ଭୟଙ୍କର ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ଆଜି ଦେଶ ପାଇଁ ଆତ୍ମୋତ୍ସର୍ଗ କରିଥିବା ଶହୀଦଙ୍କୁ ମନେ ପକାଉଛନ୍ତି ସାରା ଦେଶବାସୀ । ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ । ପଲ୍ଲୀ ଠାରୁ ଦିଲ୍ଲୀ ସମସ୍ତେ ସେ ଦିନର ଅଘଟଣକୁ ମନେ ପକାଇ ଆଜି ବି ପ୍ରତିଶୋଧର ନିଆଁରେ ଜଳୁଛନ୍ତି ।

pulwama-attack-anniversary-
pulwama-attack-anniversary-

ଠିକ୍‌ ବର୍ଷକ ତଳେ ଭାରତ ଛାତିରେ ବଡ ଧରଣର ଏହି ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ। ସେ ନିଜ ଅଫିସିଆଲ ଟ୍ବିଟର ପେଜରେ ପୁଲୱାମା ଆଟାକକୁ ନେଇ ମୋଦି ସରକାରଙ୍କୁ ନିଜର ତିନୋଟି ପ୍ରଶ୍ନ ପୋଷ୍ଟ କରିଛନ୍ତି ।

_pulwama-attack-anniversary
ଫଟୋ ସୌଜନ୍ୟ: ଟ୍ବିଟର@RahulGandhi
  1. ଆକ୍ରମଣରେ ସବୁଠାରୁ ଅଧିକ ଉପକାର କାହାର ହୋଇଛି?
  2. ଆକ୍ରମଣର ଯାଞ୍ଚର ପରିଣାମ କ’ଣ?
  3. ଏହି ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି ନେଇ ବିଜେପି କାହାକୁ ଏପର୍ଯ୍ୟନ୍ତ ଦାୟୀ କରିଛି?

ଆଜିର ଦିନରେ ୧୪ ଫେବୃୟାରୀ ୨୦୧୯ରେ ପୁଲୱାମା ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସିଆରପିଏଫ ଯବାନଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ କଶ୍ମୀର ଠାରେ ଆକ୍ରମଣ କରାଯାଇଥିଲା । ଏଥିରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଇସଲାମ ସଙ୍ଗଠନ ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.