ETV Bharat / bharat

ପୁଲିଜର୍‌ ପୁରସ୍କାର: ଜାତୀୟତାବାଦ ଏବଂ ସାମ୍ବାଦିକତା - ଜାତୀୟତାବାଦ ଏବଂ ସାମ୍ବାଦିକତା

ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଆମର ତିନି ସାମ୍ବାଦିକ ସହକର୍ମୀ ମୁଖ୍‌ତାର ଖାନ୍‌, ଦର ୟାସିନ ଏବଂ ଚାନ୍ନି ଆନନ୍ଦ ସମ୍ମାନଜନକ ପୁଲିଜର ପୁରସ୍କାର ପାଇଛନ୍ତି । 2019 ଅଗଷ୍ଟ 5 ତାରିଖରେ ତତ୍କାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରବର୍ତ୍ତୀ ସମୟର ଘଟଣାବଳୀ ସଂପର୍କିତ ଖବର ପାଇଁ ସେମାନେ ଏହି ପୁରସ୍କାର ପାଇଛନ୍ତି । କେବଳ କାଶ୍ମୀରର ସାଂପ୍ରତିକ ସ୍ଥିତି ପ୍ରଦର୍ଶନ ସଂପର୍କିତ ଚିତ୍ର ପାଇଁ ନୁହେଁ ବରଂ ଯେଉଁ ପରିସ୍ଥିତିରେ ଏହି ସବୁ ଫଟୋ ନିଆଯାଇଥିଲା, ମୁଖ୍ୟତଃ ସେଥିପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : May 6, 2020, 6:07 PM IST

ସଂଘର୍ଷ ଲାଗି ରହିଥିବା ଅଞ୍ଚଳରେ ନିଜର ବୃତ୍ତିଗତ କର୍ତ୍ତବ୍ୟ ସଂପାଦନ ବେଳେ ସାମ୍ବାଦିକମାନଙ୍କୁ ଖଣ୍ଡାଧାରରେ ବାଟ ଚାଲିବାକୁ ପଡ଼ିଥାଏ । ଯେଉଁଭଳି ଭାବରେ ସାମ୍ବାଦିକମାନେ ବିଶ୍ବସନୀୟ ମତାମତ ଦେଇ ନିଜ ଲେଖାକୁ ସମୃଦ୍ଧ କରନ୍ତି, ଠିକ୍‌ ସେହିଭଳି ଫଟୋ ସାମ୍ବାଦିକମାନେ ନିଜ କ୍ୟାମେରା ଜରିଆରେ ଘଟଣାବଳୀକୁ ଉପସ୍ଥାପନ କରନ୍ତି । ଜଣେ ଫଟୋ ସାମ୍ବାଦିକଙ୍କ ସାହସ ହିଁ ତାଙ୍କୁ କେବଳ ସାମ୍ବାଦିକତା କ୍ଷେତ୍ରରେ ନୈପୁଣ୍ୟ ପ୍ରଦର୍ଶନ ଦିଗରେ ନୁହେଁ, ବରଂ ଏକ ଉତ୍ତମ ମାନବୀୟ ଚିତ୍ତଗ୍ରାହୀ ବିଷୟ ନିକଟକୁ ଟାଣିନିଏ ।

ବେଳେବେଳେ ଏହି ସାହସ ପାଇଁ ଜଣେ ସାମ୍ବାଦିକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼େ । ଯେମିତି କି କାଶ୍ମୀରର ଫଟୋଗ୍ରାଫର ମୁସ୍ତାକ ଅଲିଙ୍କୁ, ଯିଏ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ବୋଧହୁଏ ତାଙ୍କ ସହକର୍ମୀ ଓ ସାମ୍ବାଦିକ ୟୁସୁଫ ଜମିଲ ଯେଉଁ ଖବର ଲେଖିଥାଆନ୍ତେ ସେଥିପାଇଁ । କିମ୍ବା ହିନ୍ଦୁସ୍ତାନ ଟାଇମ୍‌ସର ଫଟୋ ସାମ୍ବାଦିକ ପ୍ରଦୀପ ଭାଟିଆଙ୍କ ଭଳି । ଶ୍ରୀନଗରରେ ଏକ ଖବରର ଗଭୀରତାକୁ ଚିତ୍ରରେ ଉତ୍ତୋଳନ କରିବାକୁ ଯାଇ ସେ କାର୍‌ ବୋମା ବିସ୍ଫୋରଣର ଶିକାର ହୋଇଥିଲେ ।

ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଆମର ତିନି ସାମ୍ବାଦିକ ସହକର୍ମୀ ମୁଖ୍‌ତାର ଖାନ୍‌, ଦର ୟାସିନ ଏବଂ ଚାନ୍ନି ଆନନ୍ଦ ସମ୍ମାନଜନକ ପୁଲିଜର ପୁରସ୍କାର ପାଇଛନ୍ତି । 2019 ଅଗଷ୍ଟ 5 ତାରିଖରେ ତତ୍କାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରବର୍ତ୍ତୀ ସମୟର ଘଟଣାବଳୀ ସଂପର୍କିତ ଖବର ପାଇଁ ସେମାନେ ଏହି ପୁରସ୍କାର ପାଇଛନ୍ତି । କେବଳ କାଶ୍ମୀରର ସାଂପ୍ରତିକ ସ୍ଥିତି ପ୍ରଦର୍ଶନ ସଂପର୍କିତ ଚିତ୍ର ପାଇଁ ନୁହେଁ ବରଂ ଯେଉଁ ପରିସ୍ଥିତିରେ ଏହି ସବୁ ଫଟୋ ନିଆଯାଇଥିଲା, ମୁଖ୍ୟତଃ ସେଥିପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଗୋଟିଏ ଆଖିରେ ଆଘାତ ଲାଗିଥିବା ଜଣେ 6 ବର୍ଷୀୟା ବାଳିକାର ଫଟୋରୁ ବୁଝାପଡ଼େ ଯେ ରାଜନୈତିକ ସଂଘର୍ଷ ସମୟରେ ଛୋଟ ଶିଶୁମାନେ କିଭଳି ବିପନ୍ନ ହୋଇପଡ଼ନ୍ତି । କେବଳ ଏହି ଗୋଟିଏ ଝିଅର ଫଟୋରୁ ହିଁ ସାରା ଅଞ୍ଚଳରେ ଶିଶୁମାନଙ୍କର ବିପନ୍ନ ଅବସ୍ଥା ବୁଝିହୁଏ ।

ଆଉ ଏକ ଫଟୋରେ ଦେଖାଯାଏ ଯେ କିଭଳି ଶ୍ରୀନଗରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦର ପ୍ରତ୍ୟୁତ୍ତର ଦେବାକୁ ଯାଇ ସଶସ୍ତ୍ର ବଳର ଯବାନମାନେ ପାର୍କିଂରେ ଥିବା ମୋଟର ସାଇକେଲ ଉପରେ ରାଗ ଶୁଝାଉଛନ୍ତି ।

କାଶ୍ମୀରର କୌଣସି ଏକ ଗାଉଁଲି ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟରେ ଧ୍ବଂସ ହୋଇଯାଇଥିବା ଏକ ଘରର ଧ୍ବଂସାବଶେଷକୁ ଲୋକେ ସଫା କରୁଥିବାର ଦୃଶ୍ୟ ଥିବା ଏକ ଚମତ୍କାର ଫଟୋ ହିଁ ପୁଲିଜର ପୁରସ୍କାର ପାଇଁ ବାଟ କଢ଼ାଇ ନେଇଥିଲା । କିଭଳି ହାଡ଼ଥରା ଶୀତରେ, କୌଣସି ଘରର ଭଗ୍ନାବଶେଷକୁ ନେଇ ଲୋକେ ଅସ୍ଥାୟୀ ଘର କରନ୍ତି ତାହା ଏଥିରେ ଦର୍ଶାଯାଇଥିଲା । ଏଥିରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ କିଭଳି ଲୋକ ଏବଂ ସେମାନଙ୍କ ଆଶ୍ରୟସ୍ଥଳୀକୁ ଅନିଶ୍ଚିତତାର ବାଦଲ ଘେରି ରହିଛି ।

ପ୍ରତିବାଦକାରୀ ମହିଳା, ପ୍ରାର୍ଥନାରତ ମହିଳା ଏବଂ ଝିଅମାନେ ପବିତ୍ର କୋରାନ୍‌ ପାଠ କରୁଥିବାର ଫଟୋ ଆଢୁଆଳରେ ଏକ ପ୍ରତ୍ୟୟଧର୍ମୀ କାହାଣୀ ରହିଛି ଏବଂ ଏହା ଦର୍ଶକଙ୍କ ଅବଲୋକନ ଶୈଳୀ ଉପରେ ନିର୍ଭର କରେ । ଏହାକୁ ଏକ ଉପଦ୍ରୁତ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଲିଙ୍ଗର ଦୁର୍ଦ୍ଦଶା ରୂପରେ ଦେଖାଯାଇପାରେ କିମ୍ବା ଏକ ଧାର୍ମିକ ଦୃଷ୍ଟିକୋଣରୁ ଏହାର ବ୍ୟାଖ୍ୟା କରି ମୌଳବାଦୀ ଇସ୍‌ଲାମ ଧର୍ମ ଆଢୁଆଳରେ ସାଂପ୍ରଦାୟିକ ଖବର ରୂପରେ ଦେଖାଯାଇପାରେ । ଯାହା କି ଏବେ ନିଜକୁ ସାମ୍ବାଦିକ ବୋଲାଉଥିବା କେତେକ ବ୍ୟାଖ୍ୟାକାରଙ୍କ ପାଇଁ ଏକ ନୂତନ ସ୍ବାଭାବିକ ଧାରା ରୂପେ ପରିଚିତ ହୋଇଛି ।

ଏଠାରେ ଯାହା ଦୁଃଖଦାୟକ ମନେହୁଏ, ତାହା ହେଲା, ଅନେକଙ୍କ ମତରେ ଅଳ୍ପ କେତେ ଜଣଙ୍କ ପାଇଁ ଅରୁଚିକର ମନେ ହେଉଥିବା କୌଣସି ସ୍ଥାନ ସଂପର୍କିତ କେତେକ ବାସ୍ତବଧର୍ମୀ ଫଟୋ ଉତ୍ତୋଳନ କରି ଜଣେ ଫଟୋ ସାମ୍ବାଦିକ ଏଭଳି ଏକ ସମ୍ମାନଜନକ ପୁରସ୍କାର ଲାଭ କରିବାକୁ ହକ୍‌ଦାର ନୁହେଁ ।

ତିନି ଜଣ ଫଟୋ ସାମ୍ବାଦିକଙ୍କୁ ମିଳିଥିବା ଏହି ପୁଲିଜର ପୁରସ୍କାର ଏବେ ବିବାଦୀୟ ହୋଇପଡ଼ିଛି । ସେମାନଙ୍କ ଫଟୋଗୁଡ଼ିକ ପାଇଁ ନୁହେଁ ବରଂ, ସଂଗଠକମାନଙ୍କ ବ୍ୟାଖ୍ୟାକୁ ନେଇ ଏହି ବିବାଦ ଉପୁଜିଛି । ଟ୍ବିଟ୍‌ ଜରିଆରେ ଏହି ତିନି ଜଣଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧି ଏକ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ରହିଛନ୍ତି ଏବଂ ତାଙ୍କ ଟ୍ବିଟ୍‌କୁ ଏକ ରାଜନୈତିକ ବିଦ୍ବେଷଭାବ ଏବଂ ଏକ ଛଳନାପୂର୍ଣ୍ଣ ଓ ରାଜଦ୍ରୋହ ଦୃଷ୍ଟିରେ ଦେଖାଯାଉଛି । କାରଣ ଯେଉଁ ସଂଗଠନ ପାଇଁ ଏହି ସାମ୍ବାଦିକମାନେ କାମ କରୁଛନ୍ତି, ତାହା ଜାମ୍ମୁ ଓ କାଶ୍ମୀରକୁ ଏକ ‘ବିବାଦୀୟ ଅଞ୍ଚଳ’ ରୂପେ ଅଭିହିତ କରିଛି ।

ଏଥିରୁ ଆଉ ଏକ ବିତର୍କ ସୃଷ୍ଟି ହୋଇଛି ଯେ ପୁରସ୍କାର ବିଜେତାମାନଙ୍କୁ ଭାରତୀୟ ସାମ୍ବାଦିକ କୁହାଯିବ ନା କେବଳ କାଶ୍ମୀରି ସାମ୍ବାଦିକ । ଏହି ସାମ୍ବାଦିକମାନଙ୍କ ସଂପର୍କରେ ସୂଚାଇ ଦେବାକୁ ଯାଇ ରାହୁଲ ତାଙ୍କ ଟ୍ବିଟ୍‌ରେ ପ୍ରକାଶ୍ୟ ଭାବେ ‘ଭାରତୀୟ’ ଶବ୍ଦ ଉପରେ ଜୋର୍‌ ଦେବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଓମର ଅବଦୁଲ୍ଲା ଏହାକୁ ଏଡ଼ାଇ ଯାଇ ତାଙ୍କ ଟ୍ବିଟ୍‌ରେ ସେଠାକାର ପରିସ୍ଥିତି ଉପରେ ଗୁରୁତ୍ବାରୋପ କରିବା ସହିତ ପୁରସ୍କାର ବିଜେତା ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶ୍ବର ଏହି ସମ୍ମାନଜନକ ପୁରସ୍କାରକୁ ବିରୋଧ କରୁଥିବା ଲୋକେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଯେ ନିଜ ଭାଷାରେ ବର୍ଣ୍ଣନା କରି ସେମାନେ ଏହି ବିଜୟ ଉତ୍ସବ ପାଳନ କରିବେ ନା ପଦରେ ଉପସର୍ଗ ଯୋଡ଼ି ଲୋକଙ୍କୁ ଭ୍ରମରେ ପକାଇବେ, ଯେମିତି କି ସେମାନଙ୍କ ଅଧିକାଂଶ ଟ୍ବିଟ୍‌ରେ ଲକ୍ଷ୍ୟ କରାଯାଇଛି ।

ବିଲାଲ ଭଟ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.