ETV Bharat / bharat

ଚକୋଲେଟ ମୂର୍ତ୍ତିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ - କେକ ଷ୍ଟାଚ୍ୟୁରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

କେକ ଷ୍ଟାଚ୍ୟୁରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ପୁଡୁଚେରୀର ଏକ କ୍ୟାଫେରେ ତିଆରି ହୋଇଛି ଏହି ଚକୋଲେଟ କେକ । ଆଗକୁ ପଢନ୍ତୁ...

cake statue of wing comandor
କେକ ଷ୍ଟାଚ୍ୟୁରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ
author img

By

Published : Dec 26, 2019, 4:00 PM IST

ପୁଡୁଚେରୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କେକ ଷ୍ଟାଚ୍ୟୁ ପ୍ରସ୍ତୁତ । ପୁଡୁଚେରୀର ଏକ ଚକୋଲେଟ କ୍ୟାଫେରେ ପ୍ରସ୍ତୁତ ହୋଇଛି ଅଭିନନ୍ଦନଙ୍କର କେକ ଷ୍ଟାଚ୍ୟୁ । 2009 ମସିହାରୁ ଆରମ୍ଭ ହୋଇଥିବା ଏହି କ୍ୟାଫେରେ ପ୍ରତିବର୍ଷ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କୁ ନେଇ ପ୍ରସ୍ତୁତ ହୋଇଥାଏ ବଡ ବଡ କେକ ।

ତେବେ ଚଳିତ ବର୍ଷ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଷ୍ଟାଚ୍ୟୁ ପ୍ରସ୍ତୁତ କରାଯାଇଛି । 5 ଫୁଟ 10 ଇଞ୍ଚର ଏହି ଚକୋଲେଟ ଷ୍ଟାଚ୍ୟୁର ଓଜନ ପ୍ରାୟ 321କିଲୋଗ୍ରାମ ରହିଛି । ପାକିସ୍ତାନୀ ଏୟାର କ୍ରାଫ୍ଟ ଦ୍ବାରା ଗୁଳିର ଶିକାର ହେବା ପରେ ଲୋକ ଲୋଚନକୁ ଆସିଥିଲେ ଅଭିନନ୍ଦନ । ଏହାକୁ ତିଆରି କରିବା ପାଇଁ ପ୍ରାୟ 132 ଘଣ୍ଟା ଲାଗିଛି ବୋଲି କ୍ୟାଫେର ସେଫ ରାଜେନ୍ଦ୍ର ତଙ୍ଗାରସୁ କହିଛନ୍ତି ।

ପୂର୍ବରୁ ମହାତ୍ମା ଗାନ୍ଧୀ, ଏପିଜେ ଅବଦୁଲ କଲାମ,ଚାର୍ଲି ଚାପଲିନ, ରଜନୀକାନ୍ତ ଏବଂ ଏମ ଏସ ଧୋନିଙ୍କ ଚକୋଲେଟ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ପ୍ରତିବର୍ଷ ଏହି ମହାନ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତିଆରି ହୁଏ ଚକୋଲେଟ ମୂର୍ତ୍ତି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.