ଶ୍ରୀନଗର: ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ରିୟାଜ ଅହମ୍ମଦ ନାମକ ଜଣେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ(ପିଏସଓ) ମୃତ୍ୟୁ ଘଟିଛି । ନ୍ୟାସନାଲ କନଫରେନ୍ସ(ଏନସି) ନେତା ସୈୟଦ ତୌକୀର ଅହମ୍ମଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ ମୃତକ ।
ଅନନ୍ତନାଗର ଠାରେ ହୋଇଥିବା ଦଳୀୟ ବୈଠକରେ ଯୋଗଦେବା ପାଇଁ ଆସିଥିଲେ ସୈୟଦ ତୈକୀର ଅହମ୍ମଦ । ଅପରାହ୍ନରେ ଯେତେବେଳେ ସେ ବୈଠକ ସାରି ଘରକୁ ଫେରୁଥିଲେ ସେତେବେଳେ ଏଠାକାର କୋକେରନାଗ କ୍ଷେତ୍ର ଅଧିନରେ ଥିବା ହିଲର ଗାଁରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦ । ଯେଉଁଥିରେ ତାଙ୍କ ପିଏସଓ ଆହତ ହୋଇଥିଲା ।
ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପିଏସଓଙ୍କ ମୃତ୍ୟୁ ଘଟିଛି । ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ।