ETV Bharat / bharat

'କରସେବକଙ୍କ ଉପରେ ଗୁଳିଚଳାଇବାକୁ ନିର୍ଦ୍ଦେଶ ନଦେଇଥିବାରୁ ମୁଁ ଗର୍ବିତ' - ayodhya

1992 ଡିସେମ୍ବର 6 ତାରିଖରେ ଅଯୋଧ୍ୟାରେ ଏକାଠି ହୋଇଥିବା କରସେବକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବାକୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହଙ୍କ ଉପରେ ଚାପ ପଡିଥିଲା । ହେଲେ ସେ ଏହି ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ ।

କଲ୍ୟାଣ ସିଂହ
କଲ୍ୟାଣ ସିଂହ
author img

By

Published : Aug 1, 2020, 12:57 PM IST

ଲକ୍ଷ୍ନୌ : 1992 ଡିସେମ୍ବର 6 ତାରିଖରେ ଅଯୋଧ୍ୟାରେ ଏକାଠି ହୋଇଥିବା କରସେବକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବାକୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହଙ୍କ ଉପରେ ଚାପ ପଡିଥିଲା । ହେଲେ ସେ ଏହି ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ । ତେବେ ଏହି ନିଷ୍ପତ୍ତି ପାଇଁ ସେ ବର୍ତ୍ତମାନ ଗର୍ବ ଅନୁଭବ କରିଛନ୍ତି ।

ରାମଜନ୍ମଭୂମି ବାବ୍ରୀ ମସଜିଦ ସ୍ଥଳରେ ମସଜିଦକୁ ବିରୋଧ କରି କରସେବକମାନେ ଏକତ୍ରିତ ହୋଇଥିଲେ। 6 ଡିସେମ୍ବର 1992 ରେ ଏହି ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଥିଲା ଏବଂ କର ସେବକମାନେ ବାବ୍ରି ମସଜିଦକୁ ଭାଙ୍ଗି ଦେଇଥିଲେ। କଲ୍ୟାଣ ସିଂ ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଏହି ଘଟଣା ପରେ କଲ୍ୟାଣ ସିଂଙ୍କ ସରକାର ଭାଙ୍ଗିଯାଇଥିଲା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

ତେବେ 88 ବର୍ଷୀୟ କଲ୍ୟାଣ ସିଂହ ଏକ ସାକ୍ଷାତକାରରେ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, 1992 ମସିହାରେ ଅଯୋଧ୍ୟାରେ ଏକାଠି ହୋଇଥିବା କର ସେବକଙ୍କ ଉପରେ ଗୁଳି ନଚଳାଇବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ଚାରି ବାଟାଲିୟନ କେନ୍ଦ୍ରୀୟ ବାହିନୀ ସାକେତ କଲେଜ ନିକଟରେ କରସେବକମାନଙ୍କୁ ଅଟକାଇ ରଖିଥିବା ଅଯୋଧ୍ୟା ଜିଲ୍ଲା ପ୍ରଶାସନ ମୋତେ ଚିଠି ଲେଖି ଜଣାଇଥିଲେ । ସେମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବାକୁ ମୋ ଉପରେ ଚାପ ପଡିଥିଲା । କିନ୍ତୁ ଅଯୋଧ୍ୟାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ସେମାନଙ୍କ ଉପରେ ଗୁଳିନଚଳାଇବାକୁ ଲିଖିତ ଭାବରେ ନିର୍ଦ୍ଦେଶ ଦେଇଥିଲି । ତିନି ଲକ୍ଷ କର ସେବକଙ୍କ ଉପରେ ଗୁଳି ଚଳାଇବା ଉଚିତ ନୁହେଁ । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଉପାୟ ବ୍ୟବହାର କରାଯିବା ଉଚିତ ବୋଲି ମୁଁ କହିଥିଲି । ଏହା ଦ୍ବାରା ରାଜ୍ୟ ତଥା ଦେଶରେ ଅଶାନ୍ତି ସୃଷ୍ଟି ହୋଇଥାନ୍ତା । ଏଥିପାଇଁ ମୁଁ ଗର୍ବିତ । ମୋ ଯୋଗୁଁ କୌଣସି କରସେବକଙ୍କ ମୃତ୍ୟୁ ହୋଇନଥିଲା ବୋଲି ସେ କହିଛନ୍ତି ।

କଲ୍ୟାଣ ସିଂ ଆହୁରି କହିଛନ୍ତି ଯେ, ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଭାଙ୍ଗିଥିଲା । ଏଥିପାଇଁ ମୋର କୌଣସି ଦୁଃଖ ନାହିଁ। କାରଣ ମୋର ତାଙ୍କ ଉପରେ ଅତ୍ୟଧିକ ବିଶ୍ୱାସ ଅଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.