ETV Bharat / bharat

CAA ଆଣିବାକୁ ଚାହୁଁଥିଲା କଂଗ୍ରେସ ! ବିଜେପି ଜାରି କଲା ମନମୋହନଙ୍କ ପୁରୁଣା ଭିଡିଓ - protest over citizenship act

ସଂଶୋଧିତ ନାଗରିକତ୍ବ ଆଇନ୍‌କୁ ନେଇ ବିରୋଧୀଙ୍କ ଆନ୍ଦୋଳନ ତୀବ୍ର ହେଉଥିବାବେଳେ କଂଗ୍ରେସକୁ ଘେରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ପୁରୁଣା ଭିଡିଓ ଲୋକଲୋଚନକୁ ଆଣିଛି ବିଜେପି । ଯେଉଁଥିରେ ମନମୋହନ ସିଂହ ନାଗରିକତା ସଂଶୋଧନ ବିଲ୍‌ ସମ୍ପର୍କରେ କହିଥିଲେ ।

protest-over-citizenship-act
ଫାଇଲ ଫଟୋ
author img

By

Published : Dec 19, 2019, 3:05 PM IST

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତ୍ବ ଆଇନ୍‌କୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଦର୍ଶନ ତୀବ୍ର ହୋଇଛି । ବାମପନ୍ଥୀ ଦଳ ପକ୍ଷରୁ ଆଜି ଭାରତ ବନ୍ଦ ଆନ୍ଦୋଳନ କରାଯାଉଛି । ଯାହାର ସମର୍ଥନ କରିଛନ୍ତି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ । ଇତି ମଧ୍ୟରେ କଂଗ୍ରେସକୁ ଘେରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ପୁରୁଣା ଭିଡିଓ ଲୋକଲୋଚନକୁ ଆଣିଛି ବିଜେପି । ଭିଡିଓରେ ମନମୋହନ ସିଂହ ବାଂଲାଦେଶରେ ଧର୍ମ ଆଧାରରେ ହିଂସାର ଶିକାର ହେଉଥିବା ଶରଣାର୍ଥୀ ହିତ ପାଇଁ ସରକାରଙ୍କୁ ପଦକ୍ଷେପ ନେବା ଉଚିତ ବୋଲି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ଭିଡିଓଟି ୨୦୦୩ ମସିହାର । ସେହି ସମୟରେ କେନ୍ଦ୍ରରେ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ବାଧୀନ ଏନଡିଏ ସରକାର ଥିଲା ଏବଂ ମନମୋହନ ସିଂହ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ । ଗୃହକାର୍ଯ୍ୟ ସମୟରେ ମନମୋହନ ସିଂହ ରାଜ୍ୟସଭାରେ କହିଥିଲେ, ପାକିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଉତ୍ପୀଡନାର ଶିକାର ହୋଇଥିବା ଶରଣାର୍ଥୀଙ୍କ ପ୍ରତି ସରକାର ସହାନୁଭୂତି ଦେଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ଟ୍ବିଟର

ସେ ଆହୁରି କହିଛନ୍ତି ଯେ, ମୁଁ ଶରଣାର୍ଥୀଙ୍କ ସଙ୍କଟ ବାବଦରେ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଛି । ଦେଶ ବିଭାଜନ ପରେ ପଡ଼ୋଶୀ ଦେଶ ବାଂଲାଦେଶରେ ଧାର୍ମିକ ଆଧାରରେ ନାଗରିକମାନେ ଉତ୍ପୀଡନର ଶିକାର ହୋଇଛନ୍ତି । ଯଦି ଏହି ପ୍ରପୀଡିତ ଲୋକ ଭାରତର ଶରଣରେ ପଶିଛନ୍ତି, ତାହେଲେ ସେମାନଙ୍କୁ ଶରଣ ଦେବା ଆମ ନୈତିକ ଦାୟିତ୍ବ । ଏମାନଙ୍କୁ ନାଗରିକତ୍ବ ଦେବା ପାଇଁ ଆମ ବ୍ୟବହାର ଉଦାରପୂର୍ଣ୍ଣ ରହିବା ଆବଶ୍ୟକ। ତେଣୁ ନାଗରିକତା ସଂଶୋଧନ ବିଲ୍‌ ବାବଦରେ ମୁଁ ଉପ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ବୋଲି ତତ୍କାଳୀନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଉଦ୍ଦେଶ୍ୟରେ କହିଥିଲେ ମନମୋହନ ସିଂହ । ବିଜେପି ଏହି ଭିଡିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି । ତେବେ ବିଜେପିର ଏହି ଭିଡିଓ ଜାରି ପରେ ରାଜନୈତିକ ହଇଚଇ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.