ନୂଆଦିଲ୍ଲୀ: ଦେଶରେ ଲାଗିଛି ସିଏବି ନିଆଁ । ସିଏବିକୁ ନେଇ ସଂସଦରୁ ସଡକ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଜାମା ମସଜିଦ ଛକରେ ଜାମିଆ ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିରୋଧ ପ୍ରଦର୍ଶନ ସହ ସେମାନେ ମୋଦି ସରକାରଙ୍କ ବିରୁଦ୍ଧରେ ନାରା ଲଗାଇବା ସହ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।
ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀ ପଥର ଫିଙ୍ଗିଥିବା ବେଳେ ପୋଲିସ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ଉପରକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି ।