ନୂଆଦିଲ୍ଲୀ: ଜାରି ରହିଛି ଶାହିନବାଗ ଆନ୍ଦୋଳନ । CAA, NRC ଏବଂ NPR ବିରୋଧରେ ଗତ 84 ଦିନ ଧରି ଲାଗି ରହିଛି ବିକ୍ଷୋଭ । ଏହି ଶାହିନବାଗ ଆନ୍ଦୋଳନରେ ପୁରୁଷଙ୍କ ସମେତ ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ।
ଏପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ହେତୁ କୋଟି କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି । ଏହି ଆନ୍ଦୋଳନ ଦ୍ବାରା ଦିଲ୍ଲୀରୁ ନୋଏଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଛି, ଯଦ୍ବାରା ଦିଲ୍ଲୀ ଏନସିଆରର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ସୁପ୍ରିମକୋର୍ଟରେ ଏହାର ଶୁଣାଣି ଚାଲିଥିବାବେଳେ ପରବର୍ତ୍ତୀ ଶୁଣାଣି 23ରେ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ