ETV Bharat / bharat

CAA ତାତି: କେଉଁଠି ସମର୍ଥନ, କେଉଁଠି ବିରୋଧ - CAA ତାତି

ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଜାରି ରହିଛି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ । କେଉଁଠି ଏହି ଆଇନ୍‌କୁ ବିରୋଧ କରି ସ୍ବର ଉତ୍ତୋଳନ ହେଉଛି ତ କେଉଁଠି ଏହାର ସମର୍ଥନରେ ବି ଲୋକେ ପ୍ରଦର୍ଶନ କରୁଛନ୍ତି ।

citizenship-amendment-act
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 27, 2019, 10:19 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଜାରି ରହିଛି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ । କେଉଁଠି ଏହି ଆଇନ୍‌କୁ ବିରୋଧ କରି ସ୍ବର ଉତ୍ତୋଳନ ହେଉଛି ତ କେଉଁଠି ଏହାର ସମର୍ଥନରେ ଲୋକେ ପ୍ରଦର୍ଶନ କରୁଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀର ଜାମା ମସ୍‌ଜିଦ୍‌ ବାହାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତିତ ଦିଲ୍ଲୀର ଜୋରବାଗ ଅଞ୍ଚଳରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କ ମୁକ୍ତି ଦାବିରେ ପ୍ରଦର୍ଶନ କରିଛନ୍ତି ତାଙ୍କ ସମର୍ଥକମାନେ ।

ସେପଟେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଜର ଆଜାଦ ମୈଦାନରେ ଭାରି ମାତ୍ରାରେ ପ୍ରଦର୍ଶନକାରୀଙ୍କ ଭିଡ ଦେଖିବାକୁ ମିଳିଛି । ଆନ୍ଧ୍ର ପ୍ରଦେଶର ବିଜୟୱାଡା ଏବଂ ରାଜସ୍ଥାନର ଆଜମେରରେ ମଧ୍ୟ ସିଏଏକୁ ବିରୋଧ କରି ପ୍ରଦର୍ଶନ ହୋଇଛି ।

ଉତ୍ତର ପ୍ରଦେଶରେ ମଧ୍ୟ ସିଏଏ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ହାଇ ଆଲର୍ଟରେ ରହିଛି । ଏପରିକି ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ୟୁପିର ବହୁ ସହରରେ ହିଂସା ପ୍ରଦର୍ଶନ ହେଉଛି।

ଅନ୍ୟପକ୍ଷରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ବିଜେପି ପକ୍ଷରୁ ସିଏଏର ସମର୍ଥନରେ ରାଲି କରାଯାଇଛି । ଏହି ରାଲିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଯୋଗ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.