ETV Bharat / bharat

ଆପଣଙ୍କ ଲାପଟପରୁ ବ୍ୟାପିପାରେ କୋଭିଡ 19 ! - ସ୍ମାର୍ଟଫୋନ ୟୁଜର୍ସ

କାଚ ଓ ପ୍ଲାଷ୍ଟିକ ଉପରେ ଏହି ଭୂତାଣୁ ସର୍ବାଧିକ 3ରୁ 4 ଦିନ ପର୍ଯ୍ୟନ୍ତ ରହିଥାଏ । ସେହିପରି ଲାପଟପ, ସ୍ମାର୍ଟୱାଚ ଓ ଟାବଲେଟ ଉପରେ ମଧ୍ୟ ଏହା ସମାନ ଦିନ ଯାଏଁ ରହିପାରେ । ଅଧିକ ପଢନ୍ତୁ...

ଆପଣଙ୍କ ଲାପଟପରୁ ବ୍ୟାପିପାରେ କୋଭିଡ 19 !
ଆପଣଙ୍କ ଲାପଟପରୁ ବ୍ୟାପିପାରେ କୋଭିଡ 19 !
author img

By

Published : Apr 16, 2020, 7:46 PM IST

ହାଇଦ୍ରାବାଦ: ଆଜିର ଯୁଗରେ ଯେଉଁଠି ସ୍ମାର୍ଟଫୋନ, ଲାପଟପ, ଟାବଲେଟ ବିନା ଲୋକେ ଦିନ ଆରମ୍ଭ କରୁନାହାନ୍ତି ସେଠାରେ ଏହି ଖବର ନିଶ୍ଚିତ ଚିନ୍ତାଜନକ । ବର୍ତ୍ତମାନର ପରିସ୍ଥିତିରେ ଏହା କିନ୍ତୁ ଗୁରୁତ୍ବପୂର୍ଣ୍ଣ । କୋଭିଡ 19 କବଳରୁ ସୁରକ୍ଷିତ ନୁହେଁ ଆପଣଙ୍କ ଲାପଟପ । ବିଶେଷ କରି ଘରୁ କାମ କରୁଥିବା ଲୋକଙ୍କ ପାଇଁ ଏହା ଜରୁରୀ ଖବର । ଯେଉଁଥିରେ ଆପଣ ସବୁବେଳେ କାମ କରୁଛନ୍ତି ତାହାକୁ ସୁରକ୍ଷା ଦିଅନ୍ତୁ । ନହେଲେ ସେଥିରୁ ଆପଣ କୋରୋନା ଆକ୍ରାନ୍ତ ହୋଇପାରନ୍ତି ।

ସ୍ମାର୍ଟଫୋନର ଡିସପ୍ଲେ ଓ କମ୍ପ୍ୟୁଟର କିବୋର୍ଡରେ ସର୍ବାଧିକ ବ୍ୟାକ୍ଟେରିଆ ଓ ଜୀବାଣୁ ରହିଥାଆନ୍ତି । ଆଉ ଦିନସାରା ଏହି ଜାଗାରେ ଆମେ ବାରମ୍ବାର ହାତ ମାରିଥାଉ । ତେବେ କୋଭିଡ 19 ଭୂତାଣୁ ଏହିସବୁ ଜାଗାରେ ଏଠାରେ ଅନେକ ସମୟ ତିଷ୍ଠିପାରେ । ରିସର୍ଚ୍ଚ ଅନୁସାରେ ଏହି ଜାଗାରେ ଏହା ସର୍ବାଧିକ 4 ଦିନ ରହିପାରେ । ଆଉ ସେଥିରୁ ହାତ ମାଧ୍ୟମରେ ଆମ ଶରୀରରେ ଏହା ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗବେଷଣା ଅନୁସାରେ କୌଣସି ଗ୍ଲାସ ବା କାଚ ଜାଗାରେ ଏହି ଭୂତାଣୁ 96 ଘଣ୍ଟା ଅର୍ଥାତ 4 ଦିନ ରହିପାରେ । ସେହିପରି ଷ୍ଟିଲ ଅବା ହାର୍ଡ ପ୍ଲାଷ୍ଟିକରେ ଏହା 72 ଘଣ୍ଟା ଅର୍ଥାତ 3 ଦିନ ରହିଥାଏ । ପ୍ଲାଷ୍ଟିକ ଓ ଗ୍ଲାସ ଉପରେ ଭୂତାଣୁ ଅଧିକ ଦିନ ରହିଥାଏ ବୋଲି ରିସର୍ଚ୍ଚର କହିଛନ୍ତି । କାର୍ଡବୋର୍ଡ ଉପରେ ଏହା 24 ଘଣ୍ଟା ଓ କପରରେ 4 ଘଣ୍ଟା ରହିଥାଏ । ତେବେ କାଚ ଉପରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇନଥିଲେ ମଧ୍ୟ ପୂର୍ବ ଓ ବର୍ତ୍ତମାନର ଗବେଷଣା ଆଧାରରେ ଏହା ସ୍ପଷ୍ଟ ହୋଇଛି ଯେ କାଚ ଓ ପ୍ଲାଷ୍ଟିକ ଉପରେ ଏହି ଭୂତାଣୁ ସର୍ବାଧିକ 3ରୁ 4 ଦିନ ପର୍ଯ୍ୟନ୍ତ ରହିଥାଏ । ସେହିପରି ଲାପଟପ, ସ୍ମାର୍ଟୱାଚ ଓ ଟାବଲେଟ ଉପରେ ମଧ୍ୟ ଏହା ସମାନ ଦିନ ଯାଏଁ ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.