ETV Bharat / bharat

ଗର୍ଭବତୀଙ୍କ କୋଭିଡ ପରୀକ୍ଷଣ ଅନୁରୋଧ ତୁରନ୍ତ ପୂରଣ ହେଉ: ଦିଲ୍ଲୀ ହାଇକୋର୍ଟ

author img

By

Published : Jul 8, 2020, 7:45 PM IST

ଆପ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୋଭିଡ-19 ପରୀକ୍ଷଣ ପାଇଁ ଗର୍ଭବକୀ ମହିଳାଙ୍କ ଅନୁରୋଧ ପ୍ରକ୍ରିୟା ଆରମ୍ଭ କରି ଫଳାଫଳ ଶୀଘ୍ର ଦେବା ଜରୁରୀ । ଅଧିକ ପଢନ୍ତୁ..

ଗର୍ଭବତୀ ମହିଳାଙ୍କ କୋଭିଡ ପରୀକ୍ଷଣ ଅନୁରୋଧ ତୁରନ୍ତ ପୂରଣ ହେଉ

ନୂଆଦିଲ୍ଲୀ: COVID-19 ପରୀକ୍ଷା ପାଇଁ ଗର୍ଭବତୀଙ୍କ ଅନୁରୋଧ ତୁରନ୍ତ ପୂରଣ ହେବା ଉଚିତ । ଏଥିସହ ଏହି ପରୀକ୍ଷାର ଫଳାଫଳ ଶୀଘ୍ର ଘୋଷଣା କରାଯିବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟ ବୁଧବାର ଆପ ସରକାରଙ୍କୁ କହିଛନ୍ତି ।

ମୁଖ୍ୟ ବିଚାରପତି ଡି ଏନ ପଟେଲ ଏବଂ ଜଷ୍ଟିସ ପ୍ରତୀକ ଜଲାନଙ୍କ ଖଣ୍ଡପୀଠ କହିଛନ୍ତି କି, ଅନୁରୋଧ ଗ୍ରହଣ ପରେ ପରୀକ୍ଷା , ନମୁନା ସଂଗ୍ରହ ଏବଂ ଫଳାଫଳ ଘୋଷଣା ମଧ୍ୟରେ କୌଣସି ସମୟ ରହିବା ଉଚିତ ନୁହେଁ।

କୋର୍ଟ କହିଛନ୍ତି କି, ଯେବେ ଗର୍ଭବତୀ ମହିଳା ପ୍ରସବ ପାଇଁ ଯାଆନ୍ତି, ସେ ପରୀକ୍ଷଣ ଓ ଫଳାଫଳ ଘୋଷଣା ପାଇଁ 5ରୁ 6 ଦିନ ଅପେକ୍ଷା କରିପାରନ୍ତି ନାହିଁ ।

ଖଣ୍ଡପୀଠ କହିଛନ୍ତି କି, ‘‘ ଶୀଘ୍ର ଅନୁରୋଧକୁ ସ୍ବୀକାର କରିବା ଜରୁରୀ । ଆଉ ତୁରନ୍ତ ଫଳାଫଳ ମଧ୍ୟ ଘୋଷଣା କରିବା ଆବଶ୍ୟକ ।

ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି କି, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଦ୍ୱାରା ଜାରି ପରାମର୍ଶ ଅନୁଯାୟୀ ପରୀକ୍ଷାର ଫଳାଫଳ 1 ଘଣ୍ଟା ମଧ୍ୟରେ ଘୋଷଣା କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.