ବେଙ୍ଗାଲୁରୁ: 2020 ଫେବୃଆରୀ 15 ତାରିଖରେ ପାକିସ୍ତାନକୁ ସମର୍ଥନ କରି ଏକ ସ୍ଲୋଗାନ ଦେଉଥିବା ଭିଡିଓ ପ୍ରସ୍ତୁତ କରିଥିଲେ ତିନି କାଶ୍ମୀର ଛାତ୍ର । ତେବେ ତାଙ୍କ ବିରୋଧରେ ଦେଶଦ୍ରୋହୀ ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିବାରେ ବିଳମ୍ବ ହେତୁ କର୍ଣ୍ଣାଟକର ହୁବଲି ଗ୍ରାମୀଣ ଥାନାର ଜଣେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ।
ଏହି ତିନି ଛାତ୍ର କର୍ଣ୍ଣାଟକସ୍ଥିତ ହୁବଲିର କେଏଲଇ ଇଞ୍ଜିରିଅରିଂ କଲେଜରେ ପାଠ ପଢୁଥିଲେ । ତେବେ ଏହି କଲେଜରେ ପଢୁଥିବା ସମୟରେ ସେମାନେ ଏପରି ଦେଶଦ୍ରୋହୀ ଭିଡିଓ ପ୍ରସ୍ତୁତ କରିଥିଲେ ଯାହାକି ଫେବୃଆରୀ 16 ତାରିଖରେ ଲୋକଲଚନକୁ ଆସିଥିଲା । ଏହାପରେ ଉକ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ଥିଲା । ପରେ ଜେଏମଏଫସି କୋର୍ଟ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ସମସ୍ତ ଅଭିଯୁକ୍ତଙ୍କୁ ପଠାଇଥିଲେ । ଫେବୃଆରୀ 17 ତାରିଖରୁ ଏହି କାଶ୍ମୀର ଛାତ୍ର ବାସିତ ଆଶିକ ସୋଫି (19), ତଲିବ ମଜିଦ (19), ଆମୀର ମୋହୌଦ୍ଦିନ(23) ପୋଲିସ ହେପାଜତରେ ଥିଲେ ।
ତେବେ ଏହି ସମୟ ଭିତରରେ ହୁବଲୀ ଗ୍ରାମୀଣ ପୋଲିସ କୌଣସି ଚାର୍ଜସିଟ ଦାଖଲ କଲେ ନାହିଁ । ଯେତେବେଳେକି 90 ଦିନ ମଧ୍ୟରେ ଛାତ୍ରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାର ନିୟମ ଥିଲା । ବର୍ତ୍ତମାନ ସେମାନଙ୍କୁ ଜାମିନ ମିଳିଛି ।